ଗାଡ଼ି ଚଳାଚଳ କଟକଣା ସହ ରାଜଧାନୀରେ ବନ୍ଦ ହେଲା ଏହି ସବୁ ସୋ ରୁମ୍ ଓ ଦୋକାନ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ । ରାଜଧାନୀରେ କଟକଣା ଜାରି କଲା ବିଏମସି । ସାଧାରଣ ପରିବହନ ଉପରେ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି । ସହର ଭିତରେ ଏହି ନିୟମ ଅଟୋ ଓ ଟ୍ୟାକ୍ସି କ୍ଷେତ୍ରରେ ଲାଗୁ ହେବ । ଯେଉଁ ବସ୍, ଟ୍ୟାକ୍ସି ଓ ଅଟୋ ରିକ୍ସାର ରେଜିଷ୍ଟ୍ରେସନ୍ ନମ୍ବର ୦,୨,୪,୬ ଓ ୮ (ଯୁଗ୍ମ) ହୋଇଥିବ ସେମାନେ ୨, ୪, ୬, ୮, ୧୦ ଭଳି ତାରିଖରେ ରାସ୍ତାରେ ଗଡ଼ିବ । ରେଜିଷ୍ଟ୍ରେସନ୍ ନମ୍ବର ୧,୩,୫,୭ ଓ ୯ ଥିଲେ ସେହି (ଅଯୁଗ୍ମ) ତାରିଖରେ ଗାଡ଼ି ରାସ୍ତାକୁ ଓହ୍ଲାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଲେ ବାଗଚୀ

ଏହି ନିୟମ କେବଳ ପବ୍ଲିକ ଟ୍ରାନ୍ସପୋର୍ଟ କ୍ଷେତ୍ରରେ ଲାଗୁହେବ । ଘରୋଇ ଗାଡ଼ି କ୍ଷେତ୍ରରେ କୌଣସି ଦିନରେ ଏହି ନିୟମ ଲାଗୁ କରାଯାଇ ନାହିଁ । ସେହିଭଳି ଏହି ନିୟମରେ ସରକାରୀ, ବ୍ୟକ୍ତିଗତ ଓ ଭଡ଼ାରେ ଚାଲୁଥିବା ଗାଡ଼ି ଗୁଡ଼ିକ ଆସିବ ନାହିଁ । ମେଡିକାଲରେ ନିୟୋଜିତ ଥିବା ଘରୋଇ ଗାଡ଼ି କ୍ଷେତ୍ରରେ ମଧ୍ୟ ନିୟମ ପ୍ରଯୁଜ୍ୟ ନୁହେଁ । କିନ୍ତୁ, ସମସ୍ତେ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ ।

କରୋନା ମୁକାବିଲା ପାଇଁ ଏକାଠି ହେଲେ କେନ୍ଦ୍ର ଓ ରାଜ୍ୟ, ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପ୍ରଶଂସା

ସେହିପରି ଭୁବନେଶ୍ୱର ମହାନଗର ନିଗମ ପରିସୀମା ମଧ୍ୟରେ ଥିବା ସମସ୍ତ ଅଳଙ୍କାର ଦୋକାନ ଓ ସୋ ରୁମ୍, ବୈଦ୍ୟୁତିକ ସାମଗ୍ରୀ ସୋ ରୁମ୍ ଓ ଦୋକାନ, ଚାରି ଚକିଆ ଗାଡ଼ି/ସାଇକେଲ ସୋ ରୁମ୍, କ୍ରୀଡ଼ା ସାମଗ୍ରୀ ସୋ ରୁମ୍, ଫର୍ଣ୍ଣିଚର ସୋ ରୁମ୍ ଓ ଗୋଦାମ, ଜୋତା ଓ ବ୍ୟାଗ ସୋ ରୁମ୍, ମାର୍ବଲ ସୋ ରୁମ୍, ଘଣ୍ଟା ଦୋକାନ, ବହି ଦୋକାନ ଓ ଗିଫ୍ଟ ଆଇଟମ୍ ଷ୍ଟୋର ସବୁକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply