spot_img

Latest Posts

ବେଆଇନ୍ ନିର୍ମାଣ ନେଇ ବିଏମ୍‌ସି ପକ୍ଷରୁ ରାଣା ଦମ୍ପତିଙ୍କୁ ନୋଟିସ ଜାରି

ମୁମ୍ବାଇ:  ଦିନକୁ ଦିନ ରାଣା ଦମ୍ପତିଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଶନିବାର ବ୍ରିହନମୁମ୍ୱାଇ ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ  ବେଆଇନ ନିର୍ମାଣ ନେଇ ରାଣା ଦମ୍ପତିଙ୍କୁ ନୋଟିସ କରିଛି । ସାଂସଦ ନବନୀତ୍ ରାଣା ଓ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ନୋଟିସ ଜାରି କରାଯାଇଛି। ରହୁଥିବା ଫ୍ଲାଟରେ କରାଯାଇଥିବା ବେଆଇନ ନିର୍ମାଣକୁ  ହଟାଇବା ପାଇଁ ୭ ଦିନର ସମୟ ଦିଆଯାଇଛି। ଏଭଳି ନହେଲେ ବିଏମସି ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାରି କରାଯାଇଥିବା ନୋଟିସରେ କୁହାଯାଇଛି।

ଶୁକ୍ରବର ବିଏମ୍‌ସି ପକ୍ଷରୁ ଜାରି ନୋଟିସ ନେଇ ରାଣା ଦମ୍ପତିଙ୍କ ପକ୍ଷରୁ ଉତ୍ତର ରଖାଯାଇଥିଲା । ଏଥିରେ ବିଏମସି କର୍ତ୍ତୃପକ୍ଷ ସନ୍ତୁଷ୍ଟ ନ ହେବାରୁ ଶନିବାର ପୁଣି ଏହି ନୋଟିସ ଜାରି କରାଯାଇଛି । ଯଦି ରାଣା ଦମ୍ପତି ଅନଧିକୃତ ନିର୍ମାଣକୁ ନହଟାନ୍ତି ତେବେ ବିଏମସି ପକ୍ଷରୁ ଏହାକୁ ହଟାଯିବା ସହ ଘର ମାଲିକକୁ ମାସେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଛି। କିଛି ଦିନ ତଳେ ବିଏମସି କରିଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ଲିଫ୍ଟର ପାସକୁ ରାଣା ଦମ୍ପତି ଶୌଚାଳୟରେ ପରିଣତ କରିଥିବା ବେଳେ ପୂଜା ଘର ଏବଂ ରୋଷେଇ ଘରକୁ ମିଶାଇ ଲିଭିଙ୍ଗ ରୁମ୍ କରିଛନ୍ତି। ଲବିକୁ ଫ୍ଲାଟ ଭିତରେ ଯୋଡ଼ି ଦିଆଯାଇଥିବା ସହ ଛାତର ଏକ ଅଂଶ ଶୋଇବା ଘର ସହିତ ଯୋଡ଼ାଯାଇଛି।

ସୂଚନା ଯୋଗ୍ୟ ଯେ, ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଏପ୍ରିଲ୍‌ ୨୩ ତାରିଖ ଦିନ ଖାର୍‌ ଥାନା ପୋଲିସ ଗିରଫ କରିଥି‌ଲା। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ। ଏଥିଯୋଗୁଁ ସଦ୍‌ଭାବନା ଉଲ୍ଲଂଘନ ହେବା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା।

ଏଥିସହିତ ପଢ଼ନ୍ତୁ: ପୂର୍ବତନ ASI ଅଧିକାରୀଙ୍କ ବଡ଼ ଦାବି, ସୂର୍ଯ୍ୟଙ୍କ ସ୍ଥିତି ଅଧ୍ୟୟନ ପାଇଁ ନିର୍ମାଣ ହୋଇଥିଲା କୁତବ ମିନାର

Latest Posts

Don't Miss