ମହଙ୍ଗା ପଡିଲା ସଟଡାଉନରେ ଜୁଆ ପସରା, ହୋଟେଲ ସିଲା କଲା ବିଏମସି

ଭୁବନେଶ୍ୱର:  ସଟଡାଉନରେ ହୋଟେଲରେ ଚାଲିଥିଲା ଜୁଆ ଆଡ୍ଡା । କଠୋର କାର୍ଯ୍ୟାନୁଷ୍ଠାନ ନେଲା ବିଏମସି । ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ ହେଲା ପେଣ୍ଟାଗନ ହୋଟେଲ । ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ହୋଟେଲ୍ ସିଲ୍ କରିଛି । କୋଭିଡ କଟକଣା ଭାଙ୍ଗି ହୋଟେଲ ରୁମରେ ଚାଲିଥିଲା ହାଇ ପ୍ରୋଫାଇଲ ଜୁଆ ଖେଳ । ଗତକାଲି ରାତି ୮ଟା ସମୟରେ ୧୦ ଜଣ ଜୁଆଡିଙ୍କ ସହ ୩ ଯୁବତୀକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ଗିରଫ ମଧ୍ୟରେ ଅଛନ୍ତି ବିଲଡର, ମଦ ବ୍ୟବସାୟୀ ଓ ପ୍ରତିଷ୍ଠିତ ବ୍ୟକ୍ତି । ଚଢାଉ ସମୟରେ ୨ ଲକ୍ଷ ୫୩ ହଜାର ଟଙ୍କା ଜବତ କରିଥିଲା ପୋଲିସ । ସେହିପରି ଆଉ ଏକ ନିଶା ବାର୍ ମଧ୍ୟ ସିଲ୍ କରାଯାଇଛି । ସୂଚନା ମୁତାବକ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ହୋଟେଲରୁ ଜୁଆ ଆଡ୍ଡା ଠାବ ହୋଇଛି । ସଟଡାଉନରେ ସଟର ତଳେ ଚାଲିଥିଲା ଜୁଆ ଆଡ୍ଡା । ହୋଟେଲରେ ଏକ ରୁମରେ ଜୁଆ ଆଡ୍ଡା ଚାଲିଥିବା ବେଳେ ରେଡ୍ ମାରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଘଟଣାରେ ତେର ଜଣ ପୁରୁଷଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି  ।

Leave a Reply