ମଲ୍ ପରେ ବାରରେ ରେଡ୍, କୋଭିଡ୍ କଟକଣା ମାନୁନଥିବାରୁ ହେଲା ସିଲ୍

BMC Sealed An Bar In Patia For Covid Norms Violation

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି କୋଭିଡ୍ ସଂକ୍ରମଣ ମାମଲା । ଲୋକ ନିୟମ ମାନୁନଥିବାରୁ ବିଏମସି ଅଚାନକ ଚଢ଼ାଉ କରୁଛି । ଶୁକ୍ରବାର ବିଏମସି ୟୁନିଟ୍ ମାର୍କେଟ୍ ବିଲ୍ଡିଂରେ ରେଡ୍ କରିଥିବା ବେଳେ ଆଜି ପଟିଆ ଓ ଡମଣା ଅଞ୍ଚଳରେ ଚଢ଼ାଉ କରିଛି ।

ପଟିଆ ଓ ଡମଣା ଅଞ୍ଚଳର ବିଭିନ୍ନ ସପିଂ ମଲରେ ଚଢ଼ାଉ ହୋଇଛି । ୯୯ ହିଣ୍ଟସ୍ ଲଙ୍ଗ ଆଣ୍ଡ ବାରକୁ ସିଲ୍ କରିଛି ବିଏମସି । କୋଭିଡ୍ କଟକଣାକୁ ଅବମାନନା କରି ବାରରେ ପପ୍ ଚାଲିଥିଲା । ଡିଜେ ତାଳେତାଳେ ଚାଲିଥିଲା ଡ୍ୟାନ୍ସ । କେହି ମୁହଁରେ ମାସ୍କ ପିନ୍ଧିନଥିଲେ, କି ସାମାଜିକ ଦୂରତା ମଧ୍ୟ ନଥିଲା ।

ଶୁକ୍ରବାର ମାର୍କେଟ୍ ବିଲ୍ଡିଂରେ ରେଡ୍ କରି ବିଏମସି ବିଶାଲ ମେଗା ମାର୍ଟକୁ ସିଲ୍ କରିବା ସହ ଅନ୍ୟ ମଲରୁ ଫାଇନ୍ ଆଦାୟ କରିଥିଲା । ରାମମନ୍ଦିର ନିକଟ ମାର୍କେଟରେ ଚଢ଼ାଉ କରି ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଥିଲା ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ।

Leave a Reply