୬ ମାସ ପରେ ରାଜଧାନୀରେ ରେକର୍ଡ ସଂକ୍ରମିତ ଚିହ୍ନଟ

1 min read
BMC To Declare Some Area As Containment Zone After Covid Case Surges

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୧୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬ ମାସ ପରେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟପିଛି । ଗତବର୍ଷ ଅକ୍ଟୋବର ୨୪ରେ ୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତା’ପରେ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଥିଲା । ଏବେ ପୁଣି ମାର୍ଚ୍ଚ ଶେଷ ସପ୍ତାହରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୩ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୧୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରେ ନୟାପଲ୍ଲୀ ଓ ପଟିଆରୁ ସର୍ବାଧିକ ୧୨ ଜଣ ଲେଖାଏ ପଜିଟିଭ୍ ମାମଲା ଆସିଛି । ଓଲ୍ଡ ଟାଉନରୁ ୭, ସହିଦ ନଗର ଓ ରସୁଲଗଡ଼ରୁ ୬ ଜଣ ଲେଖାଏଁ, ବରମୁଣ୍ଡା ଓ କଳିଙ୍ଗ ନଗରରୁ ୫ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୫୪ ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ଏଯାବତ୍ ୩୩ ହଜାର ୧୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨ ହଜାର ୧୫୭ ଜଣ ସୁସ୍ଥ ହୋଇଛନ୍ତି । ୭୬୫ଟି ସକ୍ରିୟ ସଂକ୍ରମିତ ମାମଲା ରହିଥିବା ବେଳେ ୨୫୦ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply