ବର୍ଜ୍ୟ ସଂଗ୍ରହ ସମୟରେ ଘରେ ଆଗରେ କାହିଁକି ଷ୍ଟିକର ଲଗାଉଛି ବିଏମସି ?

1 min read
BMC Putting Different Stickers In Households Know Why

ଭୁବନେଶ୍ୱର: ବର୍ଜ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିଚାଳନା କ୍ଷେତ୍ରରେ ଆଉ ପାଦେ ଆଗରେ ବିଏମସି । ରାଜଧାନୀବାସୀଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ହାତକୁ ନିଆଗଲା ଆଉ ଏକ ନିଆରା ପଦକ୍ଷେପ । ଘର ଘର ବୁଲି ଦୈନିକ ଦୁଇଥର ସଂଗ୍ରହ କରାଯାଉଛି ବର୍ଜ୍ୟବସ୍ତୁ । ସଫେଇବାଲା ଓ ସଫେଇ ଗାଡ଼ିରେ ସଂଗ୍ରହ କରାଯାଉଛି ଅଳିଆ । ଲୋକଙ୍କୁ ସଚେତନ କରିବାକୁ ନିୟୋଜିତ ଅଛନ୍ତି ସ୍ୱଚ୍ଛ ସାଥି । ସେପଟେ MCC ଓ MRFରେ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ଓ ପରିଚାଳନାରେ ନିୟୋଜିତ ଅଛନ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ।

BMC Putting Different Stickers In Households Know Why

ଦୀର୍ଘଦିନ ଧରି ଲୋକଙ୍କୁ ସଚେତନ କରିବା ପରେ ଆଜି ଠାରୁ ଆରମ୍ଭ ହୋଇଛି ନୂଆ ଅଭିଯାନ । ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁକୁ ପୃଥକ କରି ସଫେଇ ବାଲା ବା ସଫେଇ ଗାଡ଼ିରେ ଦେଉଥିବା ବ୍ୟକ୍ତିଙ୍କୁ ସବୁଜ ଷ୍ଟିକର, ଯେଉଁ ବ୍ୟକ୍ତି ବା ଅନୁଷ୍ଠାନ ବିନା ପୃଥକୀକରଣରେ ବର୍ଜ୍ୟ ଦେଉଛନ୍ତି ସେମାନଙ୍କୁ କମଳା ରଙ୍ଗର ଷ୍ଟିକର ଏବଂ ସଫେଇଗାଡି ଓ ସଫେଇବାଲା ଘର ପାଖକୁ ଯାଇ ବର୍ଜ୍ୟ ସଂଗ୍ରହ କରୁଥିଲେ ହେଁ ସେଗୁଡିକୁ ବାହାରେ ପକାଉଥିବା ବ୍ୟକ୍ତିଙ୍କୁ ଲାଲ ଷ୍ଟିକର ଦିଆଯାଇ ଚିହ୍ନଟ କରାଯିବ ।

BMC Putting Different Stickers In Households Know Why

ଆଜିଠାରୁ ବିଏମସିର ଉତ୍ତର, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଜୋନରେ ଷ୍ଟିକର ଲଗାଇବା ଅଭିଯାନ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି । ଏହାଦ୍ୱାରା ବର୍ଜ୍ୟ ବାହାରୁଥିବା ମୂଳ ଉତ୍ସରେ ହିଁ ସେଗୁଡ଼ିକର ପୃଥକୀକରଣ ହୋଇପାରିବ । ଏଥିସହ ସାର ବା ମୋ ଖତ ପ୍ରସ୍ତୁତରେ ଅଧିକ ସହଜ ଓ ସମୟ ସାପେକ୍ଷ ହୋଇପାରିବ ।

Leave a Reply