ଭୁବନେଶ୍ୱର: ୧୮ରୁ୪୪ ବର୍ଷ ବୟସ ବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମସିର ପ୍ରସ୍ତୁତି। ଆସନ୍ତା ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ। ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି ହେବ କାର୍ଯ୍ୟକ୍ଷମ। ପୂର୍ବରୁ ଗତ ମେ ୩, ୪ ଓ୫ ତାରିଖରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ ଟିକା।
ମୋବିଲାଇଜେସନ ସେଣ୍ଟର ଜରିଆରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବା ସହ ପୂର୍ବରୁ ଦେଇଥିବା କେନ୍ଦ୍ରରେ ହିଁ ଦିଆଯିବ ଟିକା। ତେବେ ଯେଉଁମାନେ କୋଉଇନ ଆପ ଜରିଆରେ ସ୍ଲଟ ବୁକିଂ କରି ଟିକା ନେଇଥିଲେ ସେମାନଙ୍କୁ ପୁଣି ସ୍ଲଟ ବୁକିଂ କରିବାକୁ ହେବ। ଟିକାର ପରିମାଣକୁ ଦୃଷ୍ଟିରେ ରଖି ଟିକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

