୨୭ ସମ୍ୱେଦନଶୀଳ ଅଞ୍ଚଳ ଚିହ୍ନଟ: ସଜାଗ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ଓଡିଶା ଛୁଇଁଲା ମୌସୁମୀ । ଏହା ସହିତ ଲଘୁଚାପ ଜନିତ ବର୍ଷା । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ଚିନ୍ତାରେ ରାଜଧାନିବାସୀ । ଖାସ କରି ଖାଲୁଆ ଅଞ୍ଚଳବାସୀଙ୍କର ଦୁଃଖ ବଢିଛି । ସେପଟେ ବର୍ଷା ସମୟରେ ଓ ପରବର୍ତ୍ତୀ କୁତ୍ରିମ ବନ୍ୟା ଅଥବା ଜଳବନ୍ଦୀ ସମସ୍ୟାକୁ ନେଇ ଆଗୁଆ ପ୍ରସ୍ତୁତ ହୋଇଛି ବିଏମସି । ବର୍ଷା ଦିନ ଆସିଲେ ଧରାପଡେ ସ୍ମାର୍ଟସିଟିର ଅସଲି ଚିତ୍ର । ରାସ୍ତା ଉପରେ ଲହଡି ମାରେ ଆଣ୍ଠୁଏ ପାଣି । ଜଳବନ୍ଦୀରେ ରୁହନ୍ତି ତଳୁଆ ଅଞ୍ଚଳ ଲୋକେ । ସମସ୍ୟାର ସମାଧାନ ପାଇଁ ଆଗୁଆ ଅଣ୍ଟା ଭିଡ଼ିଛି ଭିଡିଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱର । ହେଲେ ଏମିତି ଅନେକ ଅଞ୍ଚଳ ରହିଛି, ଯେଉଁଠି ସାମାନ୍ୟ ବର୍ଷା ହେଲେ ଲୋକଙ୍କୁ ବିତାଇବାକୁ ପଡେ ଜଳବନ୍ଦୀ ଜୀବନ । ବର୍ଷା ଜଳ ନିଷ୍କାସନରେ ସମସ୍ୟା ଯୋଗୁଁ ସୃଷ୍ଟି ହୁଏ କୁତ୍ରିମ ବନ୍ୟା । ଏବେ ଓଡିଶା ଛୁଇଁଛି ମୌସୁମୀ । ସେପଟେ ଲଘୁଚାପ ଜନିତ ପ୍ରବଳ ବର୍ଷାର ଚିନ୍ତା ଘାରିଛି ରାଜଧାନିବାସୀଙ୍କୁ । ତେବେ ବର୍ଷା ଦିନ ପୂର୍ବରୁ ବିଏମସି ପକ୍ଷରୁ ଆରମ୍ଭ ହୋଇଥିବା କାମ କାରୋନା କଟକଣା ଯୋଗୁଁ ଅସମ୍ପୂର୍ଣ୍ଣ ରହିଛି । ଏଣୁ ପ୍ରତିବର୍ଷ ଭଳି ପୁଣି ଏଥର ସମାନ ସମସ୍ୟା ଉପୁଜିବା ନେଇ ସୃଷ୍ଟି ହୋଇଛି ଆଶଙ୍କା । ତେବେ ପ୍ରସ୍ତୁତ ଭୁବନେଶ୍ୱର ଲୋକେ ।ବର୍ଷା ପାଇଁ ଆଗୁଆ ପ୍ରସ୍ତୁତ ହୋଇଛି ବିଏମସି । ନାଳ ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟ ବହୁ ପୂର୍ବରୁ ହାତକୁ ନିଆଯାଇଛି । ମୋଟ ୨୭ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରି ୧୬ଟିରେ ଅଗ୍ନିଶମ ଓ ଅବଶିଷ୍ଟ ୧୧ଟିରେ ବିଏମସି ପକ୍ଷରୁ ମୋଟର ପମ୍ପ ଲଗାଯାଇଛି । ସବୁ ସ୍ଥାନରେ ଅପରେଟର ଓ ଅଗ୍ନିଶମ କର୍ମଚାରୀଙ୍କୁ ୨୪ ଘଣ୍ଟିଆ ନିୟୋଜିତ କରାଯାଇ ସଜାଗ ଥିବା ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ସ୍ମାର୍ଟସିଟିର ବିଭିନ୍ନ ସ୍ଥାନରେ ଜବରଦଖଲ ଯୋଗୁଁ ବର୍ଷାଜଳ ନିଷ୍କାସନ ହେବାରେ ସୃଷ୍ଟି ହେଉଛି ସମସ୍ୟା । ଭୁବନେଶ୍ୱର ଜବରଦଖଲ ମୁକ୍ତ ହେଲେ ଜଳବନ୍ଦୀରୁ ମୁକ୍ତହେବେ ରାଜଧାନିବାସୀ। ।

Leave a Reply