spot_img

Latest Posts

ଅଳିଆ ଆବର୍ଜ୍ଜନାର ଦୁର୍ଗନ୍ଧରୁ ମୁକ୍ତି ପାଇବେ ରାଜଧାନୀବାସୀ

ଭୁବନେଶ୍ୱର : ଅଳିଆ ଆବର୍ଜ୍ଜନାର ଦୁର୍ଗନ୍ଧରୁ ମୁକ୍ତି ପାଇବେ ରାଜଧାନୀବାସୀ । ଭୁବନେଶ୍ଵରରେ ପ୍ରତିଷ୍ଠା ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍ । ଅଏଲ ଇଣ୍ଡିଆ ଲିମିଟେଡ-ବିଏମସି ମଧ୍ୟରେ ଏନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବା ଆବଶ୍ୟକୀୟ ଜମି । ବର୍ଜ୍ୟବସ୍ତୁରୁ ନିର୍ଗତ ଗ୍ୟାସରେ ଗାଡି ଗଡିବା ସହିତ ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ୧୭୫ କୋଟି ଟଙ୍କା ବ୍ୟୟରେ ୨ଶହ ଟିପିଡି ବିଶିଷ୍ଟ କମ୍ପ୍ରେସଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାର ୮ଏକର ଜମି ଯୋଗାଇଦେବେ ।

ପ୍ଲାଣ୍ଟ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ ଆର୍ଥିକ ସହାୟତା ଯୋଗାଇବା ସାଙ୍ଗକୁ ବୈଷୟିକ ଜ୍ଞାନକୌଶଳ, ଉତ୍ପାଦିତ ସାମଗ୍ରୀର ବିକ୍ରି ଓ ରିକ୍ସ ମ୍ୟାନେଜମେଣ୍ଟ ପାଇଁ ମଧ୍ୟ ସହାୟତା ଯୋଗାଇଦେବ । ବର୍ତ୍ତମାନ ଭୁବନେଶ୍ବରରୁ ଦୈନିକ ୩୮୦ ଟନ୍ ଓଦା ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଏଥିରୁ ୧୨୦ ଟନ୍ ବର୍ଜ୍ୟବସ୍ତୁ ବୈଜ୍ଞାନିକ ପଦ୍ଧତିରେ ୩୭ଟି ମାଇକ୍ରୋ କମ୍ପୋଟିଂ ସେଣ୍ଟର୍ରେ ପ୍ରକ୍ରିୟାକରଣ କରାଯାଉଛି । ଅବଶିଷ୍ଟ ୨୬୦ ଟନ୍ ପାରମ୍ପାରିକ ଭାବରେ ୱିଣ୍ଡୋ କମ୍ପୋଷ୍ଟି ସେଣ୍ଟରରେ ପ୍ରକ୍ରିୟାକରଣ କରାଯାଉଛି । ଆଗକୁ ରାଜ୍ୟର ୭ ଟି ସହରରେ ଏଭଳି ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପାଇଁ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେବେ ରାଜ୍ୟ ସରକାର ।

Latest Posts

Don't Miss