ରାଜଧାନୀରେ କୋହଳ ହେଲା କଟକଣା, ଅତ୍ୟାବଶ୍ୟକ ସାମଗ୍ରୀରେ ଯୋଡ଼ିହେଲା ଆଉ କିଛି ଦୋକାନ

1 min read

ଭୁବନେଶ୍ୱର: ରାଜଧାନୀରେ କୋହଳ ହେଲା ଲକଡାଉନ କଟକଣା । ଏନେଇ ବିଏମ୍‌ସି ପକ୍ଷରୁ ଗାଇଡ୍‌ ଲାଇନ ଜାରି ହୋଇଛି ।  ଏଣିକି ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବା ସହ ପଶୁ ଖାଦ୍ୟ, ମଞ୍ଜି, ସାର ଓ କୀଟନାଷକ ମିଳୁଥିବା ଦୋକାନ ଖୋଲିବ । ସେହିପରି ସ୍ୱାସ୍ଥ୍ୟ ଉତ୍ପାଦ ମିଳୁଥିବା ଷ୍ଟେସନାରୀ ଦୋକାନ ଖୋଲା ରହିବ । ତେବେ ଦୋକାନଗୁଡିକରେ ୫୦ପ୍ରତିଶତ କର୍ମଚାରୀ ରହିବା ନେଇ ଗାଇଡ଼ ଲାଇନରେ ଉଲ୍ଲେଖ ରହିଛି । ସେହିପରି ସମସ୍ତ ପ୍ରକାର ଇଲେକ୍‌ଟ୍ରିକାଲ୍ସ ଓ ଇଲୋକ୍‌ଟ୍ରୋନିକ୍ସ ଦୋକାନ, ବହି ଦୋକାନ, ଗ୍ୟାରେଜ୍‌, ଟାୟାର ଓ ମୋଟର ପାର୍ଟ୍ସ ଦୋକାନ, ପାର୍ସଲ ଯୋଗାଉଥିବା ରେଷ୍ଟୁରାଣ୍ଟ, ସମସ୍ତ ପ୍ରକାର ଅନ୍‌ଲାଇନ ଦୋକାନ ଖୋଲିବ ।

ସେପଟେ ମୋବାଇଲ୍‌, ଇଣ୍ଟରନେଟ୍‌ ସେବା, କେବୁଲ ସେବା/DTH ସେବା ଖୋଲାରହିବ । ପେଟ୍ରୋଲ ପମ୍ପ, LPG, ପେଟ୍ରୋଲ୍‌ ଓ ଗ୍ୟାସ୍‌ର ରିଟେଲ ଦୋକାନ, ସିକ୍ୟୁରିଟି ଓ ପରିଚାଳନା ସେବା, ହୋଟେଲ, ମୋଟେଲ, ଲଜ୍‌ ଆଦି ଖୋଲା ରହିବ । ଘରୋଇ ଇଲେକ୍‌ଟ୍ରିସିଆନ, ପ୍ଲମ୍ବର, ବଢେଇ, କମ୍ପ୍ୟୁଟର ମରାମତି ଦୋକାନ ଖୋଲା ରହିବ । ସେହିପରି ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଏଥିପାଇଁ  ସିମେଣ୍ଟ, ରଡ୍‌, ଚିପ୍ସ ଆଦି ଦୋକାନ ଖୋଲା ରହିବ ବୋଲି ନିଷ୍ପତ୍ତି ହୋଇଛି । କିନ୍ତୁ କୈାଣସି ସଂସ୍ଥା ବାହାରୁ ଶ୍ରମିକ ମଗାଇ ପାରିବେ ନାହିଁ । ବାହାରୁ ଶ୍ରମିକ ମଗାଇ କାମକଲେ ମାଲିକ ବିଦୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ମଲ୍‌ ହୋମ୍‌ ଡେଲିଭରୀ କରିପାରିବେ ।  ରିଲାଏନ୍ସ ଫ୍ରେସ୍‌, ବିଗ୍‌ ବଜାର, ଉପଲ ଫେଡ୍‌ ଓ ଚିଲିକା ଫ୍ରେସ୍‌ ଖୋଲା ମଧ୍ୟ ଖୋଲାରହିବ । ବ୍ୟାଙ୍କ ସହ ଏଟିଏମ୍‌, ଆଇଟି ଭେଣ୍ଡର ଖୋଲା ରହିବ । ଏହି କାର୍ଯ୍ୟାଳୟଗୁଡିକ ୩୦% କର୍ମଚାରୀରେ କାମ କରିବେ । ତେବେ ଦୋକାନୀ ମାଲିକ ଓ କର୍ମଚାରୀ ଟ୍ରେଡ ଲାଇସେନ୍ସ ଦେଖାଇ ଯାଇପାରିବେ । ଅନ୍ୟପଟେ ସମସ୍ତ ପ୍ରକାର ମାର୍କେଟ କମ୍ପଲେକ୍ସ, ମଲ୍ଟି ଓ ସିଙ୍ଗଲ୍‌ ବ୍ରାଣ୍ଡ ମଲ୍‌ ବନ୍ଦ ରହିବ । ଜିମ୍‌, ଗେମ୍‌ ପାର୍ଲର, ସେଲୁନ୍‌, ସ୍ପା, ବ୍ୟୁଟିପାର୍ଲର, ମସାଜ୍‌ ସେଣ୍ଟର, ପାନ, ଚାହା, କଫି, ଫାଷ୍ଟ ଫୁଡ୍‌, ଟିଫିନ୍‌, ଫ୍ରୁଟ୍‌ ଜୁସ୍‌ ଦୋକାନ ବନ୍ଦ ରଖିବାକୁ ବିଏମସି ଗାଇଡଲାଇନ ଜାରି କରିଛି ।

Leave a Reply