ବିଏମସି ମେୟରଙ୍କ ଟାର୍ଗେଟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ରହିବାକୁ ନେଇ ସାଂସଦଙ୍କୁ ସମାଲୋଚନା କରିଛନ୍ତି ସୁଲୋଚନା । ସାଂସଦଙ୍କ ପାଇଁ ଦଳ ବଡ, ସହର କି ସଂସଦୀୟ କ୍ଷେତ୍ର ନୁହେଁ ବୋଲି କହିଛନ୍ତି ସୁଲୋଚନା ।

ସେ କହିଛନ୍ତି, ସବୁବେଳେ ଡକା ଯାଉ ନଥିବା ଅଭିଯୋଗ କରୁଥିବା ଅପରାଜିତାଙ୍କୁ ସବୁ କ୍ଷେତ୍ରରେ ଡକାଯାଉଛି । ହେଲେ ଯେତେବେଳେ ତାଙ୍କ ଇଚ୍ଛା ହେଉଛି ଆସୁଛନ୍ତି, ନଚେତ୍ ଆଳ ଦେଖାଇ ଆସୁ ନାହାନ୍ତି । ଗତବର୍ଷ ଏହି କାର୍ଯ୍ୟକ୍ରମକୁ ନେଇ ସେ ଟୁଇଟ କରିଥିଲେ । ସେହିପରି ଆଜିର କାର୍ଯ୍ୟକ୍ରମରେ ମଧ୍ୟ ସାଂସଦ ଯୋଗ ଦେଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସୁଲୋଚନା ।