ଆକ୍ସନ ମୋଡରେ BMC ମେୟର, ବିଭିନ୍ନ ଦୋକାନ ଉପରେ କରିଛନ୍ତି ଅଚାନକ ଚଢ଼ାଉ

1 min read

ଭୁବନେଶ୍ୱର: ଆକ୍ସନ ମୋଡରେ ବିଏମସି ମେୟର । ଭୁବନେଶ୍ୱର ମ୍ୟୁନିସିପାଲିଟିର ୪୦ ନମ୍ବର ଓ୍ୱାର୍ଡର ବିଭିନ୍ନ ଦୋକାନ ଉପରେ ଅଚାନକ ଚଢ଼ାଉ କରିଛନ୍ତି ମେୟର ସୁଲୋଚନା ଦାସ । ପରିମଳ ବ୍ୟବସ୍ଥା ତଦାରଖ କରିବା ସହ ଡ୍ରେନେଜ୍ ସ୍ଥିତି ପରଖିଛନ୍ତି । ବର୍ଷା ଯୋଗୁ ଡ୍ରେନ୍ ସଫେଇ ଏବଂ ମରାମତି ଉପରେ ଗୁରୁତ୍ୱ ଦେଇଛି ବିଏମସି । ଟ୍ରେଜେରି ରୋଡରୁ ଲୋୟର ପିଏମଜି ଡ୍ରେନର ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମେୟର ସୁଲୋଚନା ଦାସ ।

ପୁରୁଣା ଡ୍ରେନ୍ ଭାଙ୍ଗି ଯାଇଥିବାରୁ ଜଳ ନିଷ୍କାସନ ହୋଇପାରୁନି । ଅଗଷ୍ଟ ୧୫ ପୂର୍ବରୁ ମରାମତି କାର୍ଯ୍ୟ ଶେଷ କରିବାକୁ R&Bକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାଧୀନତା ଦିବସ ପରେଡ ପରେ ସ୍ଥାୟୀ ସମାଧାନ ପାଇଁ କଂକ୍ରିଟ କାନ୍ଥ କରାଯିବ । ପୂର୍ବରୁ ପଥରରେ ନିର୍ମାଣ ହୋଇଥିବା ଅଧିକାଂଶ ଡ୍ରେନ୍ ଭାଙ୍ଗିଯାଇଛି । ଖୁବଶୀଘ୍ର ପୁରୁଣା ଡ୍ରେନର କଂକ୍ରିଟ କାନ୍ଥ କରାଯିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।