ମେୟରଙ୍କ ଟିମକୁ ହରାଇଲା କମିଶନରଙ୍କ ଟିମ୍

ଭୁବନେଶ୍ବର: ମେୟରଙ୍କ ଟିମକୁ ହରାଇ ବାଜି ମାରିଲା କମିଶନରଙ୍କ ଟିମ୍ । ଆଜି ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ କିଟ ପଡିଆରେ ଏକ 15 ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କମିଶନର ଏକାଦଶ ବ୍ୟାଟିଂ କରି 155 ରନରେ ଅଲ ଆଉଟ ହୋଇଥିଲା । ତେବେ 156 ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ମେୟର ଏକାଦଶ ଆଗରେ 105 ରନରେ ଅଲଆଉଟ ହୋଇ ପରାଜିତ ହୋଇଥିଲା ।