ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ କଠୋର ହେଲା ବିଏମସି, ୬ ତାରିଖରୁ ନୂଆ ନିୟମ

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ପୁଣି ପୁରୁଣା କଟକଣାକୁ କଡ଼ାକଡ଼ି କରିଛି ବିଏମସି । ଜନସମାଗମ ଓ ଏକତ୍ରୀକରଣ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ବିବାହ, ଅନ୍ତ୍ୟେଷ୍ଟି କ୍ରିୟା ଏବଂ ଅନ୍ୟ ଉତ୍ସବରେ ଏକତ୍ରୀକରଣକୁ ସୀମିତ କରାଯାଇଛି । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

BMC Issued New Covid Guidelines Against Social Gatherings

ବିବାହ ଉତ୍ସବରେ ସର୍ବାଧିକ ୧୦୦ ଲୋକଙ୍କୁ ସାମିଲ୍ ନେଇ ବିଏମସି ଅନୁମତି ଦେଇଛି । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକ ଯୋଗ ଦେଇପାରିବେ । ସବୁଠି କୋଭିଡ୍ କଟକଣାକୁ ପାଳନ କରାଯିବ । ଏଥିସହ କନଫରେନ୍ସ, କନକ୍ଲେଭ୍ ଆଦି କାର୍ଯ୍ୟକ୍ରମ ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ହୋଇପାରିବ ନାହିଁ । କୌଣସି ଅନୁଷ୍ଠାନ ଶତବାର୍ଷିକୀ/ଗୋଲ୍ଡେନ ଜୁବିଲି/ସିଲଭର ଜୁବୁଲି କାର୍ଯ୍ୟକ୍ରମ ପାଳନ କରିପାରିବେ ନାହିଁ । ଏପରିକି ଶିକ୍ଷାନିଷ୍ଠାନ ଗୁଡ଼ିକରେ ବାର୍ଷିକ ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି ।

BMC Issued New Covid Guidelines Against Social Gatherings

ଅନ୍ୟ କୌଣସି ପ୍ରକାରର ଜନସମାଗମ କାର୍ଯ୍ୟକ୍ରମ ପାଇଁ ବିଏମସି ଠାରୁ ଅନୁମତି ନେବାକୁ ପଡ଼ିବ । ସମସ୍ତ ଦିଗ ଓ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବାଧିକ ୧୦୦ ଲୋକଙ୍କୁ ସାମିଲ୍ ନେଇବ ବିଏମସି ଅନୁମତି ଦେଇପାରିବ । ବିଏମସି ଜାରି କରିଥିବା କଟକଣା ଆସନ୍ତା ୬ ତାରିଖରୁ ଲାଗୁ ହେବ । ଏପ୍ରିଲ୍ ୬ କିମ୍ବା ତା ପରବର୍ତ୍ତୀ ସମୟ ପାଇଁ ବିଏମସି ପୂର୍ବରୁ ଦେଇଥିବା ସମସ୍ତ ଅନୁମତି ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ଲାଗୁ ହେବ ।

 

Leave a Reply