ପୌର ନିର୍ବାଚନ ନେଇ ବିଜ୍ଞପ୍ତି ଜାରି କଲା ବିଏମ୍‌ସି: ମାର୍ଚ୍ଚ ୨୪ରେ ନିର୍ବାଚନ, ୨୬ରେ ଫଳାଫଳ

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ । ବିଏମସି କାର୍ଯ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ୱାର୍ଡ ୱାରି ଜାରି ହେଲା ବିଜ୍ଞପ୍ତି। ମେୟର, ଡେ଼ପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ବିଜ୍ଞପ୍ତିରେ ତାରିଖ ପ୍ରକାଶ। ମାର୍ଚ୍ଚ ୨ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଦିନ ୧୧ଟା ଠାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ଆଶାୟୀ । ନାମାଙ୍କନ ପତ୍ର ୯ ତାରିଖରେ ଯାଞ୍ଚ ହୋଇଛି ।

୧୦ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ସମୟ ୧୪ ତାରିଖ ୩ଟା। ଚୂଡାନ୍ତ ପ୍ରାର୍ଥୀ ତାଲିକା ୧୪ତାରିଖ ୫ଟାରେ ପ୍ରକାଶ ପାଇବ । ନିର୍ବାଚନ ତାରିଖ ୨୪ମାର୍ଚ୍ଚ ସକାଳ ୮ଟା ଠାରୁ ଅପରାହ୍ନ ୫ଟା। ଭୋଟ ଗଣତି ୨୬ତାରିଖ ସକାଳ ୮ଟାରୁ ଆରମ୍ଭ। ୨୯ରେ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା ହେବ ।

୩୧ତାରିଖରେ ଡେପୁଟି ମେୟର ନିର୍ବାଚନ ପାଇଁ ମେୟରଙ୍କ ଦ୍ୱାରା ଆହୁତ ହେବ ବୈଠକ । ଏପ୍ରିଲ ୮ତାରିଖରେ ଡେପୁଟି ମେୟର ନିର୍ବାଚନ।ନିର୍ବାଚନ ପାଇଁ ଆଚରଣ ବିଧି ୨୫ତାରିଖ ଠାରୁ ଲାଗୁ ହୋଇସାରିଥିବା ବେଳେ ଏହା ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଲାଗୁ କରିବା ସହିତ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ସୂଚନା ଦେଲେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

Leave a Reply