କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ୍ ଜାରି କଲା ବିଏମ୍ସି: ବୋଇତ ଭସାଣକୁ ମନା

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ଗହଳି ନ କରିବା ପାଇଁ ବିଏମସିର ଆଗୁଆ ପଦକ୍ଷେପ । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ପାଇଁ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ବିନ୍ଦୁସାଗର, ନଦୀପଠା ଓ ଜଳାଶୟରେ ବୋଇତ ବନ୍ଦାଣ ମନା ହୋଇଛି । ଏଥିସହ ଭକ୍ତମାନେ ଏକତ୍ରିତ ହୋଇପାରିବେ ନାହିଁ ବୋଲି କହିଛି ବିଏମସି । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ଦିନ କୌଣସି ଦେବାଳୟ ବା ମନ୍ଦିରରେ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ । ଏ ନେଇ ବିଏମସି କମିଶନରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ ।