ପୁଣି ‘ଖାଓଗଳି’ ଖୋଲିବାକୁ ୨୨ ଦଫା ସର୍ତ୍ତ ରଖିଲା ବିଏମସି

BMC Gives Conditional Permission To Reopen Khaogali Of Bhubaneswar

ଭୁବନେଶ୍ୱର: ଖୁବଶୀଘ୍ର ଖୋଲିବ ଭୁବନେଶ୍ୱର ଖାଦ୍ୟର ସ୍ୱତନ୍ତ୍ର ବଜାର ‘ଖାଓଗଳି’ । ଅସ୍ୱାସ୍ଥ୍ୟକର ପରିବେଶ ଓ ଜବରଦଖଲ  ଅଭିଯୋଗ ନେଇ ମେୟରଙ୍କ ଅତର୍କିତ ଚଢ଼ାଉ ପରେ ସିଲ୍ ହୋଇଥିଲା ‘ଖାଓଗଳି’ । ଦୀର୍ଘ ଦୁଇ ସପ୍ତାହ ପରେ ସର୍ତ୍ତମୂଳକ ଭାବେ ବଜାର ଖୋଲିବାକୁ ଅନୁମତି ଦେଇଛି ବିଏମସି । ବିଏମସିର ୨୨ଦଫା ସର୍ତ୍ତକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା ।

BMC Gives Conditional Permission To Reopen Khaogali Of Bhubaneswar

ପୁଣି ଚଳଚଞ୍ଚଳ ହେବ ରାଜଧାନୀର ‘ଖାଓଗଳି’ । ସ୍ୱାସ୍ଥ୍ୟକର ପରିବେଶରେ ମିଳିବ ଚଟପଟା ଖାଦ୍ୟ । ଚଳିବନି ବ୍ୟବସାୟୀଙ୍କ ମନମାନି । ବ୍ୟବସ୍ଥିତ ଢଙ୍ଗରେ ପୁଣି ଚାଲିବ ଖାଦ୍ୟ ବଜାର । ଗତ ୧୧ ତାରିଖରେ ସିଲ୍ ହୋଇଥିବା ‘ଖାଓଗଳି’କୁ ଖୋଲିବାକୁ ଅନୁମତି ଦେଇଛି ବିଏମସି । ଏଥିପାଇଁ ୨୨ଟି ସର୍ତ୍ତ ରଖିଛି ଭୁବନେଶ୍ୱର ମହାନଗର ନିଗମ । ସ୍ଥାୟୀ ଜମା ଓ ମାସିକ ୟୁଜର୍ସ ଫି ସହିତ ସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯିବାକୁ ନିର୍ଦ୍ଦେଶ ଦିଯାଇଛି । ‘ଖାଓଗଳି’ରେ ଜବରଦଖଲ ଓ ସବ୍ଲେଟିଂ ଯୋଗୁଁ ଅସନ୍ତୋଷ ଦେଖା ଦେଇଥିଲା । ଗତ ୧୧ତାରିଖରେ ମେୟର ସୁଲୋଚନା ଦାସଙ୍କ ଅତର୍କିତ ଚଢାଉ ପରେ ଏହାକୁ ସିଲ୍ କରିଥିବା ବିଏମସି । ଏବେ ବ୍ୟବସାୟୀଙ୍କ ସହିତ ଆଲୋଚନା ପରେ ବଜାର ଖୋଲିବାକୁ ଅନୁମତି ମିଳିଛି ।

BMC Gives Conditional Permission To Reopen Khaogali Of Bhubaneswar

୨୦୦୯ ମସିହାରୁ ରାମମନ୍ଦିର ନିକଟରେ ହାତ ଗଣତି ଦୋକାନକୁ ନେଇ ଗଢି ଉଠିଥିଲା ଛୋଟ ବଜାର । ପରେ ଦୋକାନ ସଂଖ୍ୟା ବଢିବା ସହ ଏହା ସ୍ୱତନ୍ତ୍ର ଖାଦ୍ୟ ବଜାରରେ ପରିଣତ ହୋଇ ‘ଖାଓଗଳି’ରେ ପରିଣତ ହୋଇଥିଲା । ତେବେ ଏଠାରୁ ଟଙ୍କାଟିଏ ରାଜସ୍ୱ ପାଉନଥିଲା ବିଏମସି । ମେୟରଙ୍କ ଚଢାଉ ସମୟରେ ‘ଖାଓଗଳି’ର ଅନିୟମିତତା ପଦାକୁ ଆସିଥିଲା । ଏବେ ବଜାର ଖୋଲିବାକୁ ଦିଆଯାଇଥିବା ସର୍ତ୍ତକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଦେଖାଦେଇଛି ମିଶ୍ର ପ୍ରତିକ୍ରିୟା । ୨୫ହଜାର ଟଙ୍କାର ସ୍ଥାୟୀ ଜମା ଓ ମାସିକ ୟୁଜର୍ସ ଫି ବାବଦକୁ ୬ ହଜାର ଟଙ୍କା ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବ୍ୟବସାୟୀ ।

BMC Gives Conditional Permission To Reopen Khaogali Of Bhubaneswar

‘ଖାଓଗଳି’ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଚୁଲି ଲଗାଇବାକୁ ବାରଣ କରାଯାଇଛି । ଯାହାକୁ ନେଇ ଚିନ୍ତାରେ ଦୋକାନୀ । ଗରମ ଚଟପଟା ଖାଦ୍ୟ ଗ୍ରାହକଙ୍କୁ ନମିଳିଲେ ଖାଦ୍ୟ ଅରୁଚିକର ହେବ ଓ ବ୍ୟବସାୟ କମିବ ବୋଲି ଆଶଙ୍କାରେ ବ୍ୟବସାୟୀ ।