spot_img

Latest Posts

ବ୍ରିହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଏକା ଲଢିବ ଆପ୍ ; ସମସ୍ତ ୨୨୭ ଆସନରେ ଲଢିବାକୁ ଘୋଷଣା…

ମୁମ୍ବାଇ : ବ୍ରିହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଏକା ଲଢିବ ଆମ ଆଦମୀ ପାର୍ଟି। ସମସ୍ତ ୨୨୭ ଆସନରେ ଲଢିବ ଆପ୍। ଗତକାଲି ୨୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି ଆପ୍ । ଆପର ଏହି ନିଷ୍ପତ୍ତିକୁ ମୁମ୍ବାଇ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । କାରଣ BMC ଦେଶର ସବୁଠାରୁ ଧନୀ ମ୍ୟୁନିସିପାଲ ସଂସ୍ଥା ମଧ୍ୟରୁ ଗୋଟିଏ । BMCର ବାର୍ଷିକ ବଜେଟ ୭୪ ହଜାର ୪୪୭ କୋଟି । ଏସିଆର ଯେକୌଣସି ମ୍ୟୁନିସିପାଲ ସଂସ୍ଥା ପାଇଁ ସର୍ବବୃହତ ବୋଲି ବିବେଚନା କରାଯାଏ । ତଥାପି ମୁମ୍ବାଇ ବର୍ତ୍ତମାନ ଏକ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଥିବା ଅଭିଯୋଗ ଆଣିଛି ଆପ୍ ।

ମୁମ୍ବାଇ ବାସିନ୍ଦା ଦେଶରେ ସର୍ବାଧିକ ଟିକସ ଦିଅନ୍ତି, କିନ୍ତୁ ବଦଳରେ ଅତ୍ୟନ୍ତ ଖରାପ ସାର୍ବଜନୀନ ସେବା ପାଆନ୍ତି । ପାଣି, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିମଳ ଭଳି ମୌଳିକ ସୁବିଧାର ପାଇପାରନ୍ତି ନାହିଁ । ଏହି ମ୍ୟୁନିସିପାଲ କର୍ପୋରେସନ ଦୁର୍ନୀତିର ଆଡ୍ଡା ପାଲଟିଛି । କ୍ଷମତାରେ ଥିବା ସମସ୍ତ ରାଜନୈତିକ ଦଳ ମୁମ୍ବାଇକୁ ଲୁଟ କରିଛନ୍ତି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ଅପେକ୍ଷା ନିଜସ୍ୱ ସ୍ୱାର୍ଥକୁ ପ୍ରାଥମିକତା ଦେଇଛନ୍ତି । BMC ଭଳି ଏକ ସମୃଦ୍ଧ ସଂସ୍ଥା ସତ୍ତ୍ୱେ, ମୁମ୍ବାଇବାସୀ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

Latest Posts

Don't Miss