spot_img

Latest Posts

ବିଏମସିର ମାଷ୍ଟର ପ୍ଲାନ୍, ହଟିବ ଅଳିଆ ପାହାଡ଼

ଭୁବନେଶ୍ବର: ଭୁବନେଶ୍ବରରେ ବର୍ଜ୍ୟ ପରିଚାଳନା ପାଇଁ ବିଏମସିର ମାଷ୍ଟର ପ୍ଲାନ । ଗାଢ଼କଣ ହେବ ଡମ୍ପିଂ ମୁକ୍ତ । ଟିଟିଏସ୍ ଠାରେ ଟେରେକ୍ସ ଓ୍ବାରିୟର୍ ମେସିନରେ ପରୀକ୍ଷଣ ପରେ ଆରମ୍ଭ ହୋଇଛି ପକ୍ରିୟା କରଣ । ୬ ମାସର ଭିତରେ ହଟିବ ଅଳିଆ ପାହାଡ଼ । ଟେରେକ୍ସ ଓ୍ବାରିୟର କେମିତି କାମ କରୁଛି ବୁଲି ଦେଖିଛନ୍ତି ବିଏମସି କମିଶନର । ସେପଟେ ଯେଉଁମାନେ ପୃଥକୀକରଣକୁ ସହଯୋଗ ଓ ନିୟମ ପାଳନ କରୁନହାନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ବୋଲି କମିଶନର କହିଛନ୍ତି ।

ଡମ୍ପିଂ ଫ୍ରି ସିଟି ହେବ ରାଜଧାନୀ । ହଟିବ ଅଳିଆ ପାହାଡ଼ । ବର୍ଜ୍ୟ ପରିଚାଳନା ପାଇଁ ମାଷ୍ଟର ପ୍ଳାନ୍ । ବିଦେଶୀ ଢାଞ୍ଚାଚରେ ବିଏମସି ଆଣିଲା ଟେରେକ୍ସ ଓ୍ବାରିୟର । ୬ ମାସରେ ଗାଢକଣ ହେବ ବର୍ଜ୍ୟମୁକ୍ତ । ଘଣ୍ଟାକୁ ୫୦ ଟନର ବର୍ଜ୍ୟ ପକ୍ରିୟାକରଣ କରିବ ଓ୍ବାରିୟର । ଦିନେ ଏ ରାସ୍ତା ପଟେ ଗଲେ ଦୁର୍ଗନ୍ଧରେ ନାକ ଫାଟି ଯାଉଥିଲା । ହେଲେ ଆଜି ଏଠି ବିଏମସି କମିଶନର ସକାଳୁ ଚାହା ପିଇଉଛନ୍ତି । ସୈନିକ ସ୍କୁଲ ପଛପଟ ଠାରେ ଟିଟିଏସ ଠାରେ ଟେରେକ୍ସ ୱାରିୟର ଦ୍ବାରା ବଜ୍ୟ ପରିଚାଳନା କରାଯାଉଛି ।

କେମିତି ଅପରେଟ କରୁଛି ଟେରେକ୍ସ ୱାରିୟର ମେସିନ ସମୀକ୍ଷା କରିଛନ୍ତି । ସହରରୁ ବାହାରୁଥିବା ମିଶ୍ରିତ ବର୍ଜ୍ୟ କିପରି ପୃଥକୀକୃତ କରି ଶୁଖିଲା ବସ୍ତୁକୁ ବଡରୁ ଛୋଟ କରି ବାଛିବା, ପଡିରହିଥିବା ବର୍ଜ୍ଯର ପୃଥକୀକରଣ, ସହ ପ୍ରତିଦିନ ଆସୁଥିବା ବର୍ଜ୍ୟର ପ୍ରକ୍ରିୟାକରଣ, ସ୍ବତନ୍ତ୍ର ଜୈବିକ ଦ୍ରବଣର ପ୍ରୟୋଗରେ ବର୍ଜ୍ୟର କ୍ଷୟ ପ୍ରକ୍ରିୟା କରାଯାଇ ପରିମଳ ପରିଚାଳନା କରାଯାଉଛି । ବାହାରୁ ଥିବା ଜୈବ ପଦାର୍ଥକୁ ଖାଲ କମାରେ ମାଟି ପରି ବ୍ୟବହାର ହୋଇ ପାରିବ । ସେହିଭଳି ବାହାରୁଥିବା ପ୍ଳାଷ୍ଟିକୁ ସିମେଷ୍ଟ କମ୍ପାନୀକୁ ଦିଆଯିବ । ଅଳିଆ ଗଦାରୁ ଗନ୍ଧ ବାହାରୁ ଥିବାରୁ ଗନ୍ଧକୁ କମାଇବା ପାଇଁ ବାୟୋ-କେମିକାଲ ସ୍ପ୍ରେ କରାଯାଉଛି । ଟେରେକ୍ସ ଓ୍ବାରିୟର୍ ମେସିନ୍ ଦ୍ଵାରା ଏକ ଘଂଟାକୁ ପ୍ରାୟ ୫୦ ଟନ୍ ର ବର୍ଜ୍ୟ ପ୍ରକ୍ରିୟାକରଣ କରୁଛି ।

ସେପଟେ ଟିଟିଏସ ଠାରେ ବଜ୍ୟ ପରିଚାଳନା ପାଇ ଟ୍ରମେଲ୍ କାର୍ଯ୍ୟ ଶେଷ ପର୍ଯ୍ୟୟରେ । ୮ଟି ଟ୍ରମେଲ ଦ୍ବାରା ଘଣ୍ଟା ଏକ ଘଣ୍ଟାକୁ ୭୦ ରୁ ୮୦ ଟନନ୍ ବର୍ଜ୍ୟ ପ୍ରକ୍ରିୟାକରଣ ହେବ । ଏହି କାର୍ଯ୍ୟ ପ୍ରାୟ ୧୫ ଦିନ ମଧ୍ୟରେ ଶେଷ ହେବ । ଟ୍ରମେଲ୍‌ରେ ପୃଥକକୀରଣ କାର୍ଯ୍ୟ ଆରମ୍ଭ ହେଲ ୬ ରୁ ୭ ମାସ ମଧ୍ୟରେ ଅଳିଆଗଦା କମି ଆସିବ । ଏହାପରେ ପ୍ରତି ଦିନ ୨ ହଜାର ଟନ ପକ୍ରିୟାକରଣ ହେବ । ଓଦା ଓ ଶୁଖିଲା ଅଳିଆକୁ ଅଲଗା ଅଲଗା କରି ସଫେଇ ଗାଡିକୁ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି କମିଶନର । ଯେଉଁମାନେ ପୃଥକୀକରଣକୁ ସହଯୋଗ କରୁନହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି । ପଦକ୍ଷେପକୁ ସ୍ବାଗତ କରିଛନ୍ତି ଗାଡକଣ ବାସିନ୍ଦା ।

 

Latest Posts

Don't Miss