ରାଜଧାନୀର ଆଉ ୪ ସ୍ଥାନକୁ କୋଭିଡ୍ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି

BMC Declared More 4 Place As Covid Containment Zone

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଆଉ ୪ଟି ସ୍ଥାନକୁ କୋଭିଡ୍ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ୨ଟି ସ୍ଥାନକୁ କରାଯାଇଛି କଣ୍ଟେନମେଣ୍ଟ ଜୋନ୍ । ବିଏମସି ଦକ୍ଷିଣ ପଶ୍ଚିମ ଜୋନ ପକ୍ଷରୁ ନିଆଯାଇଛି ଏ ପଦକ୍ଷେପ । ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଜୋନାଲ ଡେ଼ପୁଟି କମିଶନର ରବି ନାରାୟଣ ଜେଠୀ ।

ଏଥିସହ ପଢ଼ନ୍ତୁ: ୧୦ ତାରିଖରୁ ବୟସ୍କ, ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ଗତକାଲି ବିଏମସି ୧୦ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଥିଲା । ଘୋଷଣାର ୭ ଦିନ ଯାଏ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ ବୋଲି ବିଏମସି କହିଛି । ବୁଧବାର ବିଏମସି ଅଞ୍ଚଳରୁ ମୋଟ ୩୪୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥିସହ ବିଏମସି ଅଞ୍ଚଳରେ ମୋଟ ୧ ଲକ୍ଷ ୨୪ ହଜାର ୪୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୦୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୧୦୩୭ଟି ସକ୍ରିୟ ମାମଲା ରହିଛି ।

Leave a Reply