ରାଜଧାନୀରେ କ୍ୱାରେଣ୍ଟାଇନରୁ ୧୧୬, ସ୍ଥାନୀୟ ଅଞ୍ଚଳରୁ ୨୭୯ ସଂକ୍ରମିତ ଚିହ୍ନଟ

1 min read
BMC Covid19 Updates 13rd September 2020

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି କରୋନା ସଂକ୍ରମଣ । ସହରରେ ସବୁ କିଛି ଖୋଲିବା ପରେ ବଢ଼ୁଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୩୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୧୬ ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୭୯ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ । ଏନେଇ ବିଏମସି ସୂଚନା ଦେଇଛି ।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଟେଷ୍ଟିଂ ସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ, ଆଶ୍ୱସ୍ଥି ଆଣୁଛି ଆରୋଗ୍ୟ । ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୬୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି । ଲୋକାଲ କେସ୍ ମଧ୍ୟରେ ସାଲିଆ ସାହିରୁ ୯ ଜଣ, ନୟାପଲୀରୁ ୧୨ ଜଣ, ଖଣ୍ଡଗିରିରୁ ୧୧ ଜଣ, ୟୁନିଟ୍-୯ରୁ ୧୩ ଜଣ, ୟୁନିଟ୍-୬ରୁ ୯ ଜଣ, ଆଇଗିଣିଆ ଭିଲେଜରୁ ୧୪ ଜଣ, ଆଇଆରସି ଭିଲେଜରୁ ୧୭ ଜଣ, ଜାଗମରା ଭିଲେଜରୁ ୧୬ ଜଣ, ଜୟଦେବ ବିହାରରୁ ୯ଜଣ, ଶୈଳଶ୍ରୀ ବିହାର ଭିଆଏମ୍ ଏରିଆରୁ ୧୪ ଜଣ, ସମ୍ ହସ୍ପିଟାଲ ଅଞ୍ଚଳରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବିଏମସିରୁ ଏଯାବତ୍ ୧୬ ହଜାର ୨୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨ ଜଣଙ୍କ ମୃତ୍ୟୁ ହୋଇଛି । ୧୧ ହଜାର ୪୩୦ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି । ଏବେ ୪ ହଜାର ୭୩୫ଟି ମାମଲା ସକ୍ରିୟ ଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ରାଜଧାନୀରେ ସଂକ୍ରମଣ ହାର ତୁଳନାରେ ସୁସ୍ଥତା ହାର ଦୁଇଗୁଣା ଅଧିକା ରହିଛି ।

Leave a Reply