ଆରମ୍ଭ ହେଲା ବିଏମସିର ପୂର୍ଣ୍ଣାଙ୍ଗ କର୍ପୋରେସନ ବୈଠକ, ମେୟରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ

ଭୁବନେଶ୍ୱର: ଆରମ୍ଭ ହେଲା ବିଏମସିର ପୂର୍ଣ୍ଣାଙ୍ଗ କର୍ପୋରେସନ ବୈଠକ । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବୈଠକରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ପୋରେଟର ଉପସ୍ଥିତ ରହିଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ ରାଉତରାୟ ଉପସ୍ଥିତ । ଭୁବନେଶ୍ବର ବାହାରେ ଥିବାରୁ ୩ ବିଧାୟକ ଅନୁପସ୍ଥିତ ଅଛନ୍ତି ।

୨୦୨୨ର ଶେଷ କର୍ପୋରେସନ ବୈଠକ ବସିଛି । ଭୁବନେଶ୍ୱରରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ହକିର ଆୟୋଜନ ହେବାକୁ ଥିବା ବେଳେ ପ୍ରସ୍ତୁତିକୁ ନେଇ ହେବ ଆଲୋଚନା । ସହରର ସୌନ୍ଦର୍ଯ୍ୟକରଣ ଓ ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ସମେତ ସହରରେ ଚାଲିଥିବା ଉଚ୍ଛେଦ ଅଭିଯାନ ଓ ଉଠାଦୋକାନୀଙ୍କ ସମସ୍ୟା ଉପରେ ହୋଇପାରେ ଆଲୋଚନା । ସେହିପରି ବୈଠକରେ ୨୦୨୩ ବର୍ଷ ପାଇଁ ବଜେଟ ପ୍ରସ୍ତାବ ଆଗତ ନେଇ ହୋଇପାରେ ଆଲୋଚନା ।