‘ଭୁବନେଶ୍ୱରକୁ ସମସ୍ତ ସ୍ଥାନରୁ ଲୋକ ଆସୁଛନ୍ତି, ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି’
1 min read
ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ ବିଏମସି ପ୍ରତିକ୍ରିୟା ରଖିଛନ୍ତି କମିଶନର। ସେ କହିଛନ୍ତି କାଲିର ସବୁ ଟେଷ୍ଟର ରିପୋର୍ଟ ଆସିନାହିଁ। ଏବଂ ହୋଲିକୁ ନେଇ ମଧ୍ୟ ସେ କହିଛନ୍ତି, ପୂର୍ବରୁ ଏନେଇ ହୋଲି କଟକଣା ଜାରି କରାଯାଇଛି। SRC ଙ୍କ ଗାଇଡ଼ଲାଇନ ଅନୁଧ୍ୟାନ ପରେ ପୁଣି ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଦୃଢ କରାଯିବ। ଭୁବନେଶ୍ବରକୁ ରାଜ୍ୟ ଓ ଦେଶ ବାହାରୁ ଲୋକଙ୍କ ଯାତାୟାତ ରହୁଛି, ଏଣୁ ଏଠାରେ ସ୍ଥିତି ଉପରେ ନଜର ରଖାଯାଇଛି। ପୋଲିସ ଓ ବିଏମସି ପକ୍ଷରୁ ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଛି। ଭ୍ୟାକ୍ସିନକୁ ଅଧିକ ତ୍ୱରାନ୍ୱିତ କରାଯାଉଛି, କୋଭିଡ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ। ଏପ୍ରିଲ ପହିଲାରୁ 45ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯିବ ବୋଲି କହିଛନ୍ତି କିମିଶନର।
ସେପଟେ ସମସ୍ତଙ୍କୁ ଟିକା ନେବା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଅନୁରୋଧ କରାଯାଉଛି। ଖୁବଶୀଘ୍ର ନିର୍ଦେଶନାମା ଜାରିହେବ ସ୍ଥିତି ସଙ୍ଗୀନ ଥିବା ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ 3ଦିନର ନେଗେଟିଭ ରିପୋର୍ଟ ସାଙ୍ଗରେ ନେଇ ଆସିବାକୁ ହେବ। ଭୁବନେଶ୍ୱରରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି କିନ୍ତୁ ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ। ରାଜ୍ୟ ରାଜଧାନୀ ହୋଇଥିବାରୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଥିବା ପ୍ରତିକ୍ରିୟାରେ କହିଛନ୍ତି କମିଶନର।