ସୁପ୍ରିମକୋର୍ଟ ପହଞ୍ଚିଲା IPS ବିନୟ ତିୱାରୀଙ୍କୁ କ୍ୱାରେଣ୍ଟିନରେ ରଖିବା ମାମଲା, ୮ ଅଗଷ୍ଟ ପୂର୍ବରୁ ମହାରାଷ୍ଟ୍ର ଛାଡ଼ିବାକୁ କହିଲା BMC

1 min read

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ବିହାର ପୋଲିସ ଆଇପିଏସ ଅଧିକାରୀ ବିନୟ ତିୱାରୀଙ୍କୁ  କ୍ୱାରେଣ୍ଟାଇନରେ ରଖାଯିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ମୁମ୍ବାଇରେ ବିନୟ ତିୱାରୀଙ୍କ କ୍ୱାରେଣ୍ଟାଇନ୍ ବିରୋଧରେ ଗୁରୁବାର ରାତିରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ ଆଇପିଏସ୍ ଅଧିକାରୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରାଯାଇଛି । କିନ୍ତୁ ବିଏମସି ଶୁକ୍ରବାର ସକାଳେ ବିନୟ ତିୱାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଜାରି କରିଛି, ହୋଇଥାଏ ପାରେ ସୁଶାନ୍ତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦ୍ୱାରା ଅଧିକାରୀଙ୍କୁ ପଚରାଉଚରା କରିବା ପ୍ରଶ୍ନ ଉଠିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ହାବିଆସ୍ କର୍ପସ ପିଟିସନରେ ଦର୍ଶାଯାଇଛି ଯେ, ସୁଶାନ୍ତ ସିଂଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରିବା ପାଇଁ ପାଟନାରୁ ମୁମ୍ବାଇ ଆସିଥିବା ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ଯାହାକି ଅବୈଧ ଅଟେ । ଏହି ଆବେଦନରେ କୁହାଯାଇଛି ଯେ, ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଆଇପିଏସ୍ ଅଧିକାରୀଙ୍କ “ଭର୍ଚୁଆଲ୍ ହାଉସ୍ ଗିରଫ” ତାଙ୍କ ମୌଳିକ ଅଧିକାରୀଙ୍କ ଉଲ୍ଲଂଘନ ଅଟେ । କାରଣ ୧୪ ଦିନ କ୍ୱାରେଣ୍ଚିନ ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ସାମାଜିକ କର୍ମୀ ନଲିନ ଏମ ମିଶ୍ର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।

ଅନ୍ୟପକ୍ଷରେ ବିଏମସି ଆଜି ଆଇପିଏସ୍ ବିନୟ ତିୱାରୀଙ୍କୁ ୭ ଦିନ ମଧ୍ୟରେ ମୁମ୍ବାଇରୁ ଛାଡ଼ି ଯିବାକୁ ନିର୍ଦ୍ଦେଶ ଦେଇଛି। ଏଥିରେ ଲେଖା ହୋଇଛି ଯେ ସେ ତାଙ୍କ କ୍ୱାରେଣ୍ଟାଇନ ସପ୍ତମ ଦିନ ଅର୍ଥାତ୍ ଅଗଷ୍ଟ ୮ ସୁଦ୍ଧା ପାଟନାକୁ ଫେରିପାରିବେ ।

ଜଣାଇ ରଖୁଛୁ ଯେ ଅଗଷ୍ଟ ୫ ରେ ସୁପ୍ରିମକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ନିବେଦନ ଶୁଣାଣିବବେଳେ କହିଛନ୍ତି ଯେ, ବିହାର ପୋଲିସ ଅଧିକାରୀଙ୍କୁ କ୍ୱାରେଣ୍ଟାଇନରେ ରଖିବା ଏକ ଭଲ ବାର୍ତ୍ତା ନୁହେଁ । ମୁମ୍ବାଇ ପୋଲିସର ବୃତ୍ତିଗତ ଭାବେ ଭଲ ଭାବମୂର୍ତ୍ତି ରହିଛି । ଜଣାଇ ରଖୁଛୁ ଯେ ରିୟା ଚକ୍ରବର୍ତ୍ତୀ ପାଟନାରେ ରହୁଥିବା ଏଫଆଇଆର ମୁମ୍ବାଇକୁ ସ୍ଥାନାନ୍ତର ଦାବିରେ ସର୍ବୋଚ୍ଚ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏଫଆଇଆରରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ ହୋଇଛି।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ବିହାର, ମହାରାଷ୍ଟ୍ର ସରକାର ଏବଂ କେନ୍ଦ୍ର ସରକାରଙ୍କଠାରୁ ଅନୁସନ୍ଧାନର ସ୍ଥିତି ରିପୋର୍ଟ ନିଆଯାଇଛି ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କୁ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ତିନି ଦିନ ମଧ୍ୟରେ ଉତ୍ତର ଦେବାକୁ କହିଛନ୍ତି । ସମସ୍ତ ପକ୍ଷଙ୍କୁ ତିନି ଦିନ ମଧ୍ୟରେ ରିୟାଙ୍କ ଆବେଦନ ଉପରେ ଉତ୍ତର ଦାଖଲ କରିବାକୁ ପଡିବ। ଆସନ୍ତା ସପ୍ତାହରେ ଏହି ପିଟିସନର ଶୁଣାଣି ହେବ।

 

Leave a Reply