ଭୁବନେଶ୍ବର ସହରର କାନ୍ଥ, ଗଛ, ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ ଓ ବିଜ୍ଞାପନ ମାରୁଥିଲେ ସାବଧାନ !

1 min read

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସହରର କାନ୍ଥ, ଗଛ, ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ ଓ ବିଜ୍ଞାପନ ମାରୁଥିଲେ ସାବଧାନ । ଟୁଲେଟ ଓ ବିଜ୍ଞାପନ ଲଗାଇବାରୁ ୩ ଜଣଙ୍କ ଠାରୁ ୫୦ ହଜାର ଲେଖାଏଁ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । କେବଳ ଜରିମାନା ନୁହେଁ ବିଜ୍ଞାପନ ଲଗାଇଥିବା ସଂପୃକ୍ତ ସଂସ୍ଥା ନାଁରେ ଥାନାରେ ଏତଲା ଦିଆଯାଇଛି । ବିନା ଅନୁମତିରେ ବିଜ୍ଞାପନ ଲଗାଉଛନ୍ତି । ଏ ସବୁ ଲଗାଇବା ଦ୍ବାର ସୌନ୍ଦର୍ଯ୍ୟକରଣ , ପରିବେଶ ନଷ୍ଠ ଏବଂ ମାନବ ସମ୍ବଳ ଉପରେ ପ୍ରଭାବ ପଡୁଥିବା ବିଏମସି କମିଶନର କହିଛନ୍ତି ।

ମହଙ୍ଗା ପଡିଲା ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ- ବିଜ୍ଞାପନ ମାରିବା । ମିଶନ କ୍ନିନ ଟିପିଡବ୍ଳୁକୁ ଅମାନିଆଙ୍କ ବାଧା । ନିୟମ ନମାନି ଜରିମାନା ଗଣିଲେ ଉଲଂଘନକାରୀ । ବିଜ୍ଞାପନ ଦ୍ବାରା ନଷ୍ଟ ହେଉଛି ସହରର ସୌନ୍ଦର୍ଯ୍ୟକରଣ । ହଜାରେ କି ଦୁଇ ହଜାର ନୁହେଁ ପୁରା ଗଣିଲେ ୫୦ ହଜାର । ଭୁବନେଶ୍ବର ଫାଷ୍ଟ ଅଭିଯାନକୁ ଜୋରଦାର କରିବାକୁ ବିଏମସି ଦିନ ରାତି ଏକ କରିଛି । ହେଲେ କିଛି ଲୋକ ଓ ସଂସ୍ଥା ସୌନ୍ଦ୍ୟର୍ଯ୍ୟକରଣକୁ ବିଗାଡୁଛନ୍ତି । କିଏ ଗଛରେ ଟ୍ୟୁସନ ପାଇଁ ବିଜ୍ଞାପନ ଦେଉଛି ତ, ଆଉ କିଏ ବିଦ୍ୟୁତ ଖୁଣ୍ଟରେ ଘର ଭଡା ପାଇଁ ଟୁ-ଲେଟ ମାରୁଛି । ଆଉ କେଉଁ ସଂସ୍ଥା କାନ୍ଥରେ ବିଜ୍ଞାପନରେ ପୋତି ଦେଇଛି । ଏଠି ବ୍ୟବସାୟର ପ୍ରଚାରର ପାଇଁ ରଙ୍ଗୀନ କାନ୍ଥରେ ଲଗାଇଛି ପୋଷ୍ଟର  ।  ବିନା ଅନୁମତିରେ ବେଆଇନ ଭାବରେ ଟୁଲେଟ ଓ ବିଜ୍ଞାପନ ମାରି ୩ ଜଣଙ୍କ ଠାରୁ ଦେଢ ଲକ୍ଷ୍ୟ ଟଙ୍କା ଜରିମାନା ଆଦାୟ ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଥାନାରେ ଏତଲା ଦେଇଛି ବିଏମସି ।

ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ପୋଷ୍ଟର ଲାଗିବା ଦ୍ବାରା ପରିବେଶ ନଷ୍ଟ ହେଉଛି । ଏ ସବୁ ସଫା କରିବା ପାଇଁ ସ୍ପ୍ରେ ମେସିନ ଓ କର୍ମଚାରୀ ନିୟୋଜିତ ହେଉଛନ୍ତି । ଏ ସବୁ ଦ୍ବାରା ବିଏମସିର ଅଯଥା ଟଙ୍କା ଖର୍ଚ୍ଚ ହେଉଛି । ଯିଏ ବି ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ କରିବ ସେମନାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ଚେତାବନୀ ଦେଇଛନ୍ତି ।