ସଂକ୍ରମଣ ବୃଦ୍ଧି ପରେ ରାଜଧାନୀରେ ବଢ଼ିଲା କୋଭିଡ୍ ହସ୍ପିଟାଲ୍ ସଂଖ୍ୟା

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା । ବଢ଼ୁଥିବା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ସମ୍ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ମିଳିଥିବା ବେଳେ ଏବେ ହାଇଟେକ ଓ କିମ୍ସ ହସ୍ପିଟାଲ ସହ ବିଏମସି ରାଜିନାମା ସ୍ୱାରକ୍ଷ କରିଛି । କିମ୍ସ କୋଭିଡ ହସ୍ପିଟାଲରେ ୫୦୦ ଓ ହାଇଟେକ୍ କୋଭିଡ୍ ହସ୍ପିଟାଲରେ ୨୩୯ ଶଯ୍ୟା ସହିତ ଖୋଲିଛି ।

ପୂର୍ବରୁ ସମ୍ କୋଭିଡ୍ ହସ୍ପିଟାଲରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ୧୫୦ଟି ଶଯ୍ୟାର ସୁବିଧା ଥିଲାଯ । ଫଳରେ କୋଭିଡ୍ ହସ୍ପିଟାଲ ସଂଖ୍ୟା ୪କୁ ବୃଦ୍ଧି ପାଇବା ସହ ଶଯ୍ୟା ସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ଏଥିସହିତ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଟିଆ ଓ ଡୁମଡୁମା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ୨ଟି କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଛି । ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି କମିଶନର ସଂଜୟ ସିଂ ସୂଚନା ଦେଇଛନ୍ତି ।

BMC Adds 2 More Covid Hospital As Cases Increased

ଶନିବାର ବିଏମସି ଅଞ୍ଚଳରୁ ୫୮୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । କ୍ୱାରେଣ୍ଟାଇନରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୯ଟି ମାମଲା ସ୍ଥାନୀୟ ସଂକ୍ରମଣ । ବିଏମସି ଅଞ୍ଚଳରେ ଥିବା କୋଭିଡ୍ ହସ୍ପିଟାଲରେ ଖୋର୍ଦ୍ଧା ଜିଲ୍ଲା ସହ ବାହାର ଜିଲ୍ଲାର ରେଫର୍ ରୋଗୀଙ୍କୁ ମଧ୍ୟ ରଖାଯାଉଛି ।

Leave a Reply