ପର୍ଯ୍ୟଟନ ଶିଳ୍ପକୁ ପୁନଃ ସକ୍ରିୟ କରିବାକୁ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପୁନର୍ବାର ସକ୍ରିୟ କରାଯିବ । ଏନେଇ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ବିଶେଷକରି ଡୋମେଷ୍ଟିକ ଟୁରିଜିମ୍ ଉପରେ ବିଭାଗ ଗୁରୁତ୍ୱ ଦେଇଛି । ରୋଡ ସୋ’ ମାଧ୍ୟମରେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ । ଏଥିପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ରୋଡ ସୋ’ କରିବ ପର୍ଯ୍ୟଟନ ବିଭାଗ ।

ଚନ୍ଦ୍ରଭାଗାରେ ଇକୋ ରିଟ୍ରିଟର ସଫଳତା ପରେ ରାଜ୍ୟର ୫ଟି ବେଳାଭୂମି ଓ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍ କ୍ୟାମ୍ପ କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଲକଡାଉନ ଯୋଗୁ ଅଢେଇ ମାସ ହେଲା ପର୍ଯ୍ୟଟକ ଓଡିଶା ଆସିନାହାନ୍ତି । ଫେବ୍ରୁଆରୀ ମାସରୁ ପର୍ଯ୍ୟଟନ ଶିଳ୍ପରେ ବାଧା ଉପୁଜିଛି । ପର୍ଯ୍ୟଟନ ଶିଳ୍ପକୁ ପୁନଃ ସକ୍ରିୟ କରିବା ପାଇଁ ବିଭାଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

Leave a Reply