spot_img

Latest Posts

ବ୍ଳୁ ଟିକ୍ ହଟାଇବାର କିଛି ଘଣ୍ଟା ପରେ ପୁଣି ଯୋଡ଼ିଲା ଟ୍ୱିଟର୍

ନୂଆଦିଲ୍ଲୀ: ଭାରତର ଉପ ରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡୁ ଟ୍ୱିଟ୍‌ର ହ୍ୟାଣ୍ଡେଲରୁ ଶନିବାର ‘ବ୍ଲୁ ବ୍ୟାଜ୍’ ବା ‘ ବ୍ଲୁ ଟିକ୍‌’ ସଂକେତ ହଟାଯିବାର କିଛି ଘଣ୍ଟା ପରେ ପୁଣି ତାକୁ ଲଗାଇ ଦିଆଯାଇଛି । ଏସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ‘ଟ୍ୱିଟର’ କହିଛି ଯେ, ‘ଲଗ୍‌ଇନ୍‌’ କରିବାରେ ଦୀର୍ଘ ଦିନ ବ୍ୟବଧାନ ରହିବା କାରଣୁ ‘ବ୍ଲୁ ଟିକ୍‌’ ଉଠିଯାଇଥିଲା। କିନ୍ତୁ, ୯.୩୨ ଲକ୍ଷ ଅନୁଗାମୀ ଥିବା ଉପରାଷ୍ଟ୍ରପତିଙ୍କ ସରକାରୀ ହ୍ୟାଣ୍ଡଲ୍‌ରେ ‘ବ୍ଲୁ ଟିକ୍‌’ ପୂର୍ବବତ୍ ରହିଛି। ଏହାକୁ ଉପରାଷ୍ଟ୍ରପତିଙ୍କ ସଚିବାଳୟ ପରିଚାଳନା କରିଥାଏ।

ସୂଚନାଯୋଗ୍ୟ, ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ୧.୩ ମିଲିୟନ୍ ଊର୍ଦ୍ଧ୍ବ ଅନୁଗାମୀ ରହିଛନ୍ତି। ‘ଟୁଇଟର୍‌ ହ୍ୟାଣ୍ଡଲ୍‌’ଟି ଅସଲି ବୋଲି ‘ବ୍ଲୁ ଟିକ୍‌’ ସୂଚାଇ ଥାଏ। ‘ବ୍ଲୁ ଟିକ୍‌’ ପାଇବାକୁ ହେଲେ ଆକାଉଣ୍ଟ୍‌ ଅସଲି, ଗୁରୁତ୍ବପୂର୍ଣ୍ଣ ହେବା ସହ ଏବଂ ସକ୍ରିୟ ରହିଥିବା ଆବଶ୍ୟକ। ସରକାରୀ କମ୍ପାନି, ବ୍ରାଣ୍ଡ୍‌ ଏବଂ ଲାଭରହିତ ସଂସ୍ଥାନ, ସମ୍ବାଦ ସଂସ୍ଥାନ ଏବଂ ସାମ୍ବାଦିକ, ମନୋରଞ୍ଜନ, କ୍ରୀଡ଼ା ଏବଂ ଗେମିଙ୍ଗ୍‌, ସାମାଜିକକର୍ମୀ, ସଂଗଠକ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କର ଆକାଉଣ୍ଟ୍‌ ସବୁକୁ ଟୁଇଟର୍‌ ଯାଞ୍ଚ କରିଥାଏ। ଯେକୌଣସି ସମୟରେ ଏବଂ ବିନା ନୋଟିସ୍‌ରେ ‘ଟୁଇଟର୍‌’ ଯେକୌଣସି ‘ଟୁଇଟର୍‌ ଆକାଉଣ୍ଟ୍‌’ରୁ ‘ଭେରିଫାଏଡ୍‌ ବ୍ୟାଜ୍’ ଏବଂ ‘ଭେରିଫାଏଡ୍‌ ଷ୍ଟାଟସ୍‌’ ପ୍ରତ୍ୟାହାର କରି ନେଇପାରେ।

Latest Posts

Don't Miss