୩ ଦଳ ହରାଇଲେ ଜାତୀୟ ମାନ୍ୟତା, ଆପ୍ ହେଲା ଜାତୀୟ ଦଳ
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି । ତିନୋଟି ଜାତୀୟ ରାଜନୈତିକ ଦଳ ହରାଇଲେ ମାନ୍ୟତା । ଯଥା ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ଟିଏମସି, ଶରଦ ପାୱାରଙ୍କ ଏନସିପି ହରାଇଲା ଜାତୀୟ ରାଜନୈତିକ ଦଳର ମାନ୍ୟତା । ସେହିପରି ସିପିଆଇ ବି ହରାଇଲା ଜାତୀୟ ଦଳ ମାନ୍ୟତା ।
ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଏହି କ୍ରମରେ ସାମିଲ ହୋଇଛି । ଯଥା ସଫଳତା ହାସଲ କରିଛି ଆପ୍ । ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଢିଛି ଆମ ଆଦମୀ ପାର୍ଟି । ଅନେକ ରାଜ୍ୟରେ ବିଧାୟକ ମଧ୍ୟ ନିର୍ବାଚିତ ହୋଇଛନ୍ତି ।