ସ୍ନାନମଣ୍ଡପରେ ରକ୍ତ ଛିଟା, ହେବ ମହାସ୍ନାନ

ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ପୁଣି ଅଘଟଣ । ସ୍ନାନମଣ୍ଡପରେ ପଡ଼ିଲା ରକ୍ତ ଛିଟା । ଜଣେ ସେବାୟତଙ୍କ ଗୋଡ଼ରୁ ରକ୍ତ ଝରି ସ୍ନାନ ମଣ୍ଡପରେ ପଡିଥିବା ସୂଚନା । ହେବ ମହାସ୍ନାନ ନୀତି । ଏହା ପରେ ହେବ ଛେରା ପହଁରା ।

ଏହା ପୂର୍ବରୁ ମଧ୍ୟ ଏକ ଅଘଟଣ ସ୍ନାନ ମଣ୍ଡପ ସମ୍ମୁଖରେ ଦେଖିବାକୁ ମିଳିଥିଲା । ରାଜସ୍ଥାନର ଜଣେ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିବା ସମୟ ହଠାତ ଅସୁସ୍ଥ ହୋଇ ପଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ