ନବୀନଙ୍କ କୋଭିଡ୍-୧୯ ମୁକାବିଲା ରଣନୀତିକୁ ସାଧ୍ୱୀଙ୍କ ପ୍ରଶଂସା

1 min read

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା ରଣନୀତି ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ପ୍ରଶଂସାର ସୁଅ ।  ସମର୍ଥକଙ୍କ ସହ ରାଜନୈତିକ ବିରୋଧୀ ମଧ୍ୟ ଓଡ଼ିଶା ସରକାରଙ୍କ କୋଭିଡ୍-୧୯ ମୁକାବିଲା ରଣନୀତିକୁ ପ୍ରଶଂସା କରିଛନ୍ତି । ଦେଶ ପାଇଁ ଓଡ଼ିଶା ପାଲଟିଛି ରୋଲ୍ ମଡେଲ । ଜଣାଶୁଣା ବ୍ଲଗର ତଥା ଇଣ୍ଡିଆ ଟୁଡେର ୱେବସାଇଟ୍ ଡେଲିଓ ପାଇଁ ଲେଖୁଥିବା ବ୍ଲଗର ତଥା ରାଜନୈତିକ ସମୀକକ୍ଷ ସାଧ୍ୱୀ ଖୋସଲା, ନବୀନଙ୍କୁ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି ।

https://twitter.com/sadhavi/status/1250990095152197633

ଟ୍ୱିଟ୍ କରି ସାଧ୍ୱୀ ଖୋସଲା ଲେଖିଛନ୍ତି, ଓଡ଼ିଶାରେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି କୌଣସି କରୋନା ସଂକ୍ରମିତ ମାମଲା ଆସିନାହିଁ । ଏସବୁ ସମ୍ଭବ ହୋଇପାରିଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ଯିଏ କି ଲୋ ପ୍ରୋଫାଇଲ୍ ମେଣ୍ଟେନ୍ କରନ୍ତି । ମାତ୍ରାଧିକ ଜନସମ୍ପର୍କ ରଖନ୍ତି ନାହିଁ । କିନ୍ତୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାମ କଥା କୁହେ ।

ପୂର୍ବରୁ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ଦେଖାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାକୃତିକ ବିପର୍ଯ୍ୟୟ ବେଳେ କିଭଳି ଧନ ଓ ଜୀବନ କ୍ଷତି ରୋକିହେବ ନବୀନଙ୍କୁ ସେ କୌଶଳ ବେଶ୍ ଭଲ ଭାବେ ଜଣା ବୋଲି ସାଧ୍ୱୀ ଲେଖିଛନ୍ତି ।

ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍

Leave a Reply