ହାତ ଗଡ଼କୁ ହାତେଇଲା ବିଜେଡି: ଡ଼ମପଡା ବ୍ଳକ୍‌ରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ

କଟକ: ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡମପଡ଼ା ବ୍ଲକରେ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ । ସେଠାରେ ବିଜେଡି ସମର୍ଥିତ ସୁଯ୍ୟନାରାୟଣ ପାତ୍ର ନୂତନ ଅଧକ୍ଷଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଶଶାଙ୍କ ଶେଖର ଅଧକ୍ଷ ଥିଲେ। ବୁଧବାର ହୋଇଥିବା ଭୋଟ ରେ ସୂର୍ଯ୍ୟନାରାୟଣଙ୍କୁ ୯ ଜଣ ସମିତିସଭ୍ୟ ଭୋଟ ଦେଇଥିବାବେଳେ ଶଶାଙ୍କ ସମର୍ଥନରେ ୫ଟି ଭୋଟ ପଡ଼ିଥିଲା । ୨ ଭୋଟ ନାକଚ ହୋଇଥିବାବେଳେ  ଜଣେ ସଭ୍ୟ ମତଦାନ କରିନଥିଲେ ବୋଲି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଭାବ ମୂର୍ତ୍ତି ପାଇଁ ଭୋଟ ଦେଇଥିବା ସବୁ ସଭ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ । ସୂଚନାଯୋଗ୍ୟ ୨୦୧୭ରେ ପ୍ରାକ୍ତନ ଅଧକ୍ଷ ଶଶାଙ୍କ ଶେଖରଙ୍କୁ ୯  ଜଣ ସଭ୍ୟ ସମର୍ଥନ ଦେଇଥିବାବେଳେ ସୂର୍ଯ୍ୟନାରାୟଣଙ୍କ ପାଇଁ ୮ଜଣ ସମର୍ଥନ କରିଥିଲେ। ସୂଚନା ଯୋଗ୍ୟ ଯେ, ୨୦୧୭ରୁ ବ୍ଳକ୍ ଅଧ୍ୟକ୍ଷ ପଦବୀ ଖାଲି ଥିବା ବେଳେ ସୋମବାର ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Leave a Reply