spot_img

Latest Posts

ଆଫଗାନିସ୍ତାନରେ ପୁଣି ପଡ଼ିଲା ରକ୍ତର ଛିଟା, ମସଜିଦ୍‌ ବାହାରେ ହେଲା ଭୟଙ୍କର ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ପଡିଲା ରକ୍ତର ଛିଟା। ଏକ ମସଜିଦ ଉପରେ ହୋଇଛି ଆକ୍ରମଣ। ବୋମା ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଥିବା ସୂଚନା ମିଳିଛି। କାବୁଲର ଇଦଗା ମସଜିଦକୁ ଲକ୍ଷ୍ୟ କରି ଆଜି ସନ୍ଧ୍ୟାରେ ବୋମାମାଡ କରାଯାଇଥିଲା। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ ମା’ଙ୍କ ଏକ ସ୍ମୃତିସଭା ସମେତ ନମାଜ ପାଠ ହେଉଥିବାବେଳେ ସେଠାରେ ବୋମାମାଡ ହୋଇଥିଲା। ଏହି ବିସ୍ଫୋରଣ ଲାଗି କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

ତେବେ ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରେ ସେଠାରେ ଆଇଏସଆଇଏସ-କେ ସମେତ କିଛି ସଂଗଠନ ବିଶେଷ ସକ୍ରିୟ ହୋଇଛନ୍ତି। ନଙ୍ଗରାହାର ଓ ଅନ୍ୟାନ୍ୟ ଅଞ୍ଚଳରେ ଏହି ସଂଗଠନ ନିଜର ଅଧିକାର ଜାହିର କରିଛି। ପୂର୍ବରୁ ଜଲାଲାବାଦ, କାବୁଲରେ ହୋଇଥିବା କିଛି ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କରିଆସିଛି ଆଇଏସଆଇଏସ-କେ ସଂଗଠନ। ଏହି ଘଟଣାର ତଦନ୍ତ ହେବ ବୋଲି କାବୁଲ ସରକାର ଘୋଷଣା କରିଛନ୍ତି।

Latest Posts

Don't Miss