ବାଣ ଦୋକାନରେ ବିସ୍ଫୋରଣ, ୪ ଜଣ ଗୁରୁତର ଆହତ

କାମାକ୍ଷାନଗର: ଦୀପାବଳିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରେ ଅଘଟଣ । ବଡ଼ସୁଆଁଳ ଗାଁରେ ବାଣ ଦୋକାନରେ ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ବଡ଼ସୁଆଁଳ ଗାଁର ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ, ୯ ବର୍ଷର ଶିଶୁପୁତ୍ର ପ୍ରତୀକ ନାୟକ ଏବଂ ୧୧ ବର୍ଷର ଝିଅ ଅନ୍ୱେଷା ପାଲ ।
ଗୁରୁତରଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ତେବେ କେଉଁ କାରଣରୁ ବିସ୍ଫୋରଣ ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଣ କିଣିବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା ।