ପୁଣି ସୁରକ୍ଷାରେ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ନିକଟରେ ବିସ୍ଫୋରଣ

Blast In Bihar CM Nitish Kumar Event Nalanda Security

ପାଟଣା: ପୁଣି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ସଭା ମଞ୍ଚ ନିକଟରେ ବିସ୍ଫୋରଣ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାଳନ୍ଦା ସଭାରେ ବିସ୍ଫୋରଣ ହୋଇଛି । ଅଚାନକ ହୋଇଥିବା ବିସ୍ଫୋରଣ ଯୋଗୁଁ ଲୋକେ ଛାନିଆ ହୋଇ ପଡ଼ିଥିଲେ ବି କୌଣସି କ୍ଷୟକ୍ଷତି ଘଟିନାହିଁ । ବିସ୍ଫୋରଣ ସ୍ଥଳରୁ ନୀତିଶ ପ୍ରାୟ ୧୫ ଫୁଟ୍ ଦୂରରେ ଥିଲେ । ପୋଲିସ ଘଟଣା ସ୍ଥଳରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଅଭିଯୁକ୍ତ ଜଣଙ୍କ କୌଣସି ବିସ୍ଫୋଟକ ଉପରକୁ ଦିଆସିଲି ଫିଙ୍ଗି ବିସ୍ଫୋରଣ ଘଟାଇଥିଲେ । ପ୍ରାଥମିକ ସୂଚନା ଅନୁସାରେ, ଏହି ବିସ୍ଫୋଟକକୁ ବାଣ କୁହାଯାଉଛି । ପୋଲିସ ଗିରଫ ଅଭିଯୁକ୍ତଙ୍କ ଠାରୁ ବାଣ ସହ ଦିଆସିଲି କାଠ ମଧ୍ୟ ଜବତ କରିଛି । ଏବେ ପୋଲିସ ଅଭିଯୁକ୍ତ ଯୁବକକୁ ଜେରା କରୁଛି ।

ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ପୁଷ୍ପାଞ୍ଜଳି ଅର୍ପଣ ବେଳେ ଚାପୁଡ଼ା ମାରିଲେ ଯୁବକ

ନୀତିଶ ଜନତାଙ୍କ ପତ୍ର ଗ୍ରହଣ କରୁଥିବା ବେଳେ ୧୮ ବର୍ଷ ବୟସ୍କ ଜଣେ ଯୁବକ ନିକଟତର ହୋଇଥିଲା । ମୁଖ୍ୟମନ୍ତ୍ରୀ ଆସୁ ଆସୁ ସେ ବିସ୍ଫୋରଣ ଘଟାଇଥିଲା । ବାଣ ବିସ୍ଫୋରଣ ମାତ୍ରେ ସମସ୍ତେ ଆତଙ୍କିତ ହେବା ସହ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଆଉ ତ୍ରୁଟି ବୋଲି କୁହାଯାଉଛି ।

ଏହା ପୂର୍ବରୁ ମଧ୍ୟ ନୀତିଶଙ୍କ ସୁରକ୍ଷାରେ ତ୍ରୁଟି ଦେଖା ଯାଇଥିଲା । ପାଟନାର ବଖତିୟାରପୁରରେ ଜଣେ ଯୁବକ ନୀତିଶଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା । ପରେ ଜଣାପଡ଼ିଥିଲା ଉକ୍ତ ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ । ଏବେ ପୁଣି ଥରେ ନୀତିଶଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି କମି ନଥିଲେ ମଧ୍ୟ ବାଣ ବିସ୍ଫୋରଣ ଘଟାଇ ପୋଲିସ ଓ ପ୍ରଶାସନକୁ ଚ୍ୟାଲେଞ୍ଜ କରିଛନ୍ତି ଅଭିଯୁକ୍ତ ।