spot_img

Latest Posts

ଆଫଗାନିସ୍ତାନରେ ପୁଣି ଆତଙ୍କ, ମସଜିଦରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ: ଆଫଗାନିସ୍ତାନ ମଜାର ଏ ଶରିଫ୍‌ ସହର ସ୍ଥିତ ଶିୟା ମସଜିଦରେ ଗୁରୁବାର ଦ୍ୱପ୍ରହରରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ଗଣମାଧ୍ୟମ ଖବର ଅନୁସାରେ ଘଟଣା ସ୍ଥଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏହା ବାଦ୍‌ ୬୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ମଙ୍ଗଳବାର ସକାଳେ କାବୁଲର ୨ଟି ସ୍କୁଲରେ ୩ଟି ବିସ୍ଫେରଣ ହୋଇଥିଲା । ଯେଉଁଥିରେ ୨୫ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ତିନୋଟି ବିସ୍ଫୋରଣ ୨୦ରୁ ୨୫ ମିନିଟ୍‌ ବ୍ୟବଧାନରେ ହୋଇଥିଲା ।

ଗୁରୁବାର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ବ୍ଲାଷ୍ଟ ହୋଇଛି। ସେଥିମଧ୍ୟରୁ ଗୋଟିଏ କାବୁଲ୍‌ରେ ହୋଇଥିବା ବେଳେ ଅନ୍ୟଟି ବଲ୍‌ଖା ଅଞ୍ଚଳର ମଜାର୍-ଏ ଶରିଫ୍ ଏବଂ ତୃତୀୟଟି କୁନ୍ଦୁଜ ଅଞ୍ଚଳର କୁନ୍ଦୁଜ୍ ସହରରେ ହୋଇଛି।

ସେହିପରି ବଲ୍କର ମଜାର ଏ ସରିଫର ଶେଖ ଦୋକାନରେ ଥିବା ଏକ ମସ୍‌ଜିଦ୍‌ରେ ଦ୍ୱିତୀୟ ବିସ୍ଫୋରଣ ହୋଇଛି। ଏଥିରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

Latest Posts

Don't Miss