ଆଇଡି ବ୍ଲାଷ୍ଟରେ ଥରିଲା ରଜୌରୀ
1 min read
ଶ୍ରୀନଗର: ଜମ୍ମୁ-କାଶ୍ମୀର ରଜୌରୀର ଡାଙ୍ଗରୀରେ ଆଇଡି ବ୍ଲାଷ୍ଟ। ୧୨ ଘଣ୍ଟା ମଧ୍ୟରେ ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ ହୋଇଥିବା ନେଇ ସୂଚନା। ବିସ୍ଫୋରଣରେ ତିନିଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ।
ପ୍ରଥମେ ଗୁଳିମାଡ଼ ପରେ ଆଇଡି ବିସ୍ଫୋରଣରେ ଥରିଲା ରଜୌରୀ । ଦୀର୍ଘ ୧୨ ଘଣ୍ଟା ଧରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଇଡି ବିସ୍ଫୋରଣ ହୋଇଛି । ନିର୍ଦ୍ଧିଷ୍ଟ କିଛି ଘରକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି । ଆତଙ୍କବାଦୀମାନେ ଆଧାରକାର୍ଡ ଦେଖି ଗୁଳିମାଡ଼ ଓ ଆଇଡି ବ୍ଲାଷ୍ଟ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଅପର ଡାଙ୍ଗରୀ ଗାଁରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହିନ୍ଦୁ ପରିବାରର ୭ଜଣ ଗୁରୁତର ହୋଇଥିଲେ । ତେବେ ଆତଙ୍କବାଦୀଙ୍କ ହମଲାକୁ ବିରୋଧ କରି ଆଜି ଡାଙ୍ଗରୀରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଛି ।