ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା: ଗଠନ ହେଲା ଉଚ୍ଚସ୍ତରୀୟ ତଦନ୍ତ କମିଟି

ପିପିଲି: ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ। ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି। ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ଏହାସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି ପୁରୀ ଏସପି , ପିପିଲି ଏସଡିପିଓ। ଫରେନସିକ୍ ଟିମ୍‌ର ଛାନବିନ୍ ଜାରି ରହିଛି। ଡଗ୍ ଓ ବମ୍ ସ୍କ୍ବାଡ୍ ମଧ୍ୟ ଯାଞ୍ଚ ଜାରି ରଖିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣରେ ଥାନାର ଛାତ ଭୁଶୁଡିବା ସହ କାନ୍ଥ ଫାଟିଥିଲା। ମାଲାଖାନାରେ ଥିବା ବିସ୍ଫୋରକ ସାମଗ୍ରୀ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା କହିଛନ୍ତି ପୁରୀ ଏସପି। ଘଟଣାର ତଦନ୍ତ ଜାରି ରହିଛି। ବିସ୍ଫୋରଣରେ ଥାନା ଭିତରର ନକ୍ସା ବଦଳି ଯାଇଛି। ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି।

ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଛି। ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Leave a Reply