spot_img

Latest Posts

ଦେଶର ପ୍ରଥମ କଳା ବାଘ ସଫାରୀ ପାଇଁ ସିଜେଡଏର ସବୁଜ ସଂକେତ

ଭୁବନେଶ୍ୱର : ଦେଶର ପ୍ରଥମ କଳା ବାଘ ସଫାରୀ ପାଇଁ ସିଜେଡଏର ସବୁଜ ସଂକେତ। ସଫାରୀର ଡିଜାଇନକୁ ମିଳିଲା ଅନୁମୋଦନ।ସପ୍ତାହେ ମଧ୍ୟରେ ଏହାକୁ ଚୂଡାନ୍ତ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ୨୦୨୪ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଏହି ସଫାରୀ ଖୋଲିବ। ୧୦୦ ହେକ୍ଟର ପରିବ୍ୟାପ୍ତ ଅଂଚଳରେ ହେବ ନୂଆ ସଫାରୀ।

ସଫାରୀରେ ଚିଡିଆଖାନା ସହ ରହିବ ବାଘଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ। ନନ୍ଦନକାନନରୁ ସଫାରୀକୁ ନିଆଯିବ କଳା ବାଘ। ବାରିପଦା ନିକଟସ୍ଥ ମଞ୍ଚାବେଡ଼ାରେ ହେବ ଟାଇଗର ସଫାରୀ। ଗତ ଜାନୁଆରୀ ମାସରେ ମିଳିଥିଲା ସଫାରୀ ପ୍ରତିଷ୍ଠା ନେଇ NTCAର ଅନୁମୋଦନ ମିଳିଥିଲା। କଳା ବାଘ ସଫାରୀ ପାଇଁ ଜାନୁଆରୀରେ ତତ୍କାଳୀନ ନବୀନ ସରକାର ଦେଇଥିଲେ ଅନୁମୋଦନ। ବାଘଙ୍କ ପାଇଁ ଓଡିଶା ଏବେ ପ୍ରକୃଷ୍ଟ ସ୍ଥାନ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ପ୍ରଚୁର ମାତ୍ରାରେ ଖାଦ୍ୟ ମିଳୁଥିବାରୁ ଓଡିଶା ମୁହାଁ ହେଉଛନ୍ତି ଅନ୍ୟ ରାଜ୍ୟର ବାଘ। ଏନେଇ ସୂଚନା ଦେଇଛନ୍ତି ବନ୍ୟଜନ୍ତୁ ପିସିସିଏଫ ସୁଶାନ୍ତ ନନ୍ଦ।

Latest Posts

Don't Miss