ଗୁଣିଗାରେଡି ସନ୍ଦେହ: ଛାତରୁ ଡେଇଁଲେ ତିନି ମହିଳା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଗୁଆଲାପଡ଼ାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗୁଣିଗାରେଡ଼ି ସନ୍ଦେହ ନେଇ ଦୁଇ ଝିଅଙ୍କ ସହ ଛାତରୁ ଡେଇଁଲେ ମହିଳା । ଫଳରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଗାଁ ଲୋକଙ୍କ ପାଖରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଟାଉନ ଥାନା ଗୁଆଲାପଡ଼ାରେ ଏକ ଘରେ ଗୁଣି ଗାରେଡ଼ି ଚାଲୁଥିବା ସ୍ଥାନୀୟ ଲୋକମାନେ ଶୁଣିବାକୁ ପାଇଥିଲେ । ଏହି ଖବର ଜାଣିବା ପରେ ସେହି ଘରର ୩ ଜଣ ମହିଳା ଘର ଛାତ ଉପରୁ ଡେଇଁ ପଡ଼ିଥିବା କୁହାଯାଉଛି ।