ବାକ୍ସରୁ ମିଳିଲା ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ: ଗୁଣି ଗାରେଡିରୁ ହତ୍ୟା ସନ୍ଦେହ

1 min read

ସକାଳୁ ନିଖୋଜ ଥିଲା…ସନ୍ଧ୍ୟାରେ ମିଳିଲା । ହେଲେ, ଜୀବିତ ନଥିଲା ପାଲଟି ଯାଇଥିଲା ଶବ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏ ଘଟଣା ହେଉଛି ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା ଗୁମୁଡ଼ା ଗାଁର।

ଗତକାଲି ଅଙ୍ଗନୱାଡ଼ିରୁ ଫେରିବା ପରେ ସାଙ୍ଗମାନଙ୍କ ସହ ଗାଁ ଦାଣ୍ଡରେ ହସ ଖୁସିରେ ଖେଳୁଥିଲା ପୁନମ ସା । କିନ୍ତୁ, କିଛି ସମୟ ପରେ ହଠାତ୍ କୁଆଡ଼େ ଗାଏବ ହୋଇଗଲା ପୁନମ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ବି ପୁନମକୁ ପାଇନଥିଲେ। ସନ୍ଦେହ ହେବାରୁ ସନ୍ଧ୍ୟାରେ ଗାଁର ଜଣେ ମହିଳାଙ୍କ ଘରେ ଖୋଜାଖୋଜି କରିଥିଲେ। ମହିଳାଙ୍କ ଘର ଭିତରେ ଥିବା ଏକ ବାକ୍ସରୁ ୪ ବର୍ଷର ଶିଶୁକନ୍ୟା ପୁନମକୁ ପାଇଥିଲେ। ସଙ୍ଗେ ସଙ୍ଗେ ପୁନମକୁ ବାମରା ମେଡିକାଲ ନେଇଥିଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ବାକ୍ସ ଭିତରେ ପୁନମକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଗୁଣି ଗାରେଡି ସନ୍ଦେହରେ ମହିଳା ଜଣଙ୍କ ପୁନମକୁ ହତ୍ୟା କରିଥିବା ଅଭିଯୋଗ କରି ଗ୍ରାମବାସୀ ମାଡ଼ ମାରିଥିଲେ । ମାଡ଼ ଖାଇବା ପରେ ମହିଳା ଜଣଙ୍କ ଅନ୍ୟ ଜଣେ ମହିଳାଙ୍କ ନାଁ କହିଥିଲେ ପରେ ଗ୍ରାମବାସୀ ଉଭୟଙ୍କୁ ମାଡ଼ ମାରିଥିଲେ। ଧାରୁଆଡିହି ପୋଲିସ ଉଭୟଙ୍କୁ ଉଦ୍ଧାର କରି ପଚରାଉଚରା କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ')}

Leave a Reply