ରାଜ୍ୟରେ ବ୍ଲାକ୍‌ ଫଙ୍ଗସ, ଭୁବନେଶ୍ୱରରେ ଭୂତାଣୁ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କଠାରେ ବ୍ଲାକ୍‌ ଫଙ୍ଗସ ଭୂତାଣୁ  । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲକ୍ଷଣଧାରୀ ଭୁବନେଶ୍ବର କଳିଙ୍ଗନଗର ଅଞ୍ଚଳର ଓ ୭୧ ବର୍ଷ ବୟସ୍କ। ସେ ଘରେ ଥିଲେ, ଏବେ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ଥିଲେ। ତାଙ୍କର ପରିବାରରୁ ଜଣେ କରୋନା ସଂକ୍ରମିତ ହେବା ପରେ ତାଙ୍କର ସ୍ବାବ ନମୁନା ନିଆଯାଇଥିଲା । ଗତ ଏପ୍ରିଲ ୨୦ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଏହାପରେ ସେ ହୋମ୍ ଆଇସୋଲେସନ୍‌ରେ ଥିଲେ । ଗତ ୮ତାରିଖରେ ତାଙ୍କ ଆଖି ଫୁଲିବା ସହ ନାକରୁ କଳାପାଣି ବାହାରିଥିଲା । ପୁରୁଣା ଏୟାର କୁଲର ବ୍ୟବହାର ସଂକ୍ରମଣର କାରଣ ବୋଲି ସନ୍ଦେହ କରାଯାଉଛି । ଦୀର୍ଘଦିନ ଧରି କୁଲରର ପାଣି ବଦଳା ଯାଇନଥିଲା । ଏବେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ କରୋନା ପାଇଁ ବ୍ଲାକ ଫଙ୍ଗସ ହୋଇଥିବା ନେଇ ସ୍ପଷ୍ଟ ହୋଇନାହିଁ । ଏନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

Leave a Reply