କରୋନା ତୃତୀୟ ଲହର ସହ ଚିନ୍ତା ବଢ଼ାଇଲା ବ୍ଲାକ୍ ଫଙ୍ଗସ୍  

ମୁମ୍ବାଇ: କରୋନା ତୃତୀୟ ଲହର ଦେଶରେ ଚିନ୍ତାର କାରଣ ପାଲଟି ଥିବା ବେଳେ ବ୍ଲାକ ଫଙ୍ଗସ୍ ଏହାକୁ ଆହୁରି ବଢାଇ ଦେଇଛି । ତୃତୀୟ ଲହର ମଧ୍ୟରେ ଦେଶରେ ଚିହ୍ନଟ ହୋଇଛନ୍ତି ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ । ଦ୍ବିତୀୟ ଲହରରେ ଅନେକ ଆକ୍ରାନ୍ତଙ୍କ ଜୀବନ ନେଇଥିବା ଏହି ଫଙ୍ଗସକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ଗତକାଲି ମୁମ୍ବାଇରୁ ପ୍ରଥମ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ବୟସ୍କ ୭୦ ବର୍ଷ । ୫ ଜାନୁଆରୀରେ ସମ୍ପୃକ୍ତ ବ୍ୟକ୍ତି କରୋନା ପଜିଟିଭ୍ ହୋଇଥିଲେ । ୧୨ ଜାନୁଆରୀରୁ ତାଙ୍କଠାରେ ବ୍ଲାକ ଫଙ୍ଗସ ଲକ୍ଷଣ ଦେଖାଯାଇଥିଲ । ଏହାପରେ ଆକ୍ରାନ୍ତଙ୍କୁ ସେଣ୍ଟ୍ରାଲ ମୁମ୍ବାଇର ଓ୍ବାର୍କ ହାର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତୃତୀୟ ଲହରରେ ଅଧିକ ଆକ୍ରାନ୍ତ ଗୁରୁତର ହେଉ ନଥିବାରୁ ଷ୍ଟେରଏଡ୍ ବା ହାଇ ଫ୍ଲୋ ଅକ୍ସିଜେନ ଫ୍ଲୋର ଆବଶ୍ୟକତା ପଡୁନି । ତେଣୁ ଅଧିକ ଲୋକ ବ୍ଲାକ ଫଙ୍ଗସ ଆକ୍ରାନ୍ତ ହେବା ଆଶଙ୍କା କମ୍ ବୋଲି ଫରିଦାବାଦର ଇନଫେକ୍ସନ ଡିଜିଜ୍ ସ୍ପେଶାଲିଷ୍ଟ ଡାକ୍ତର ଚାରୁ ଦତ୍ତ କହିଛନ୍ତି ।

Leave a Reply