ବ୍ଲାକ କଫି ଓ ଗ୍ରୀନ ଟି’ ମଧ୍ୟରୁ କେଉଁଟି ଶରୀର ପାଇଁ ଅଧିକ ଲାଭଦାୟକ ଜାଣନ୍ତୁ….

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବା ଏକ ଚ୍ୟାଲେଞ୍ଜ ପାଲଟିଛି। ସୁସ୍ଥ ଆଉ ଫିଟ୍ ରହିବା ପାଇଁ ଆଜିର ଯୁବପିଢି ମାନେ ଅନେକ ଉପାୟ ଆପଣାଉଛନ୍ତି । ସଠିକ୍ ଖାଦ୍ୟଠାରୁ ଆରମ୍ଭ କରି ସୁସ୍ଥ ପାନୀୟ ପର୍ଯ୍ୟନ୍ତ, ସବୁକିଛି ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ, ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାର କଥା ଆସେ, ବ୍ଳାକ କଫି ଏବଂ ଗ୍ରୀନ ଟି ଏହି ଦୁଇଟି ସବୁଠାରୁ ଲୋକପ୍ରିୟ ପାନୀୟ ଭାବରେ ଉଭା ହୁଏ। ଉଭୟ ଶରୀରପାଇଁ ଯୋଗାଇଥାନ୍ତି ଅନେକ ଫାଇଦା । କିନ୍ତୁ ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ ବ୍ଳାକ କଫି, ଗ୍ରୀନ ଟି ଭିତରୁ କେଉଁଟି ଅଧିକ ଲାଭଦାୟକ ? କାହାକୁ ପିଇଲେ ଅଧିକ ଫାଇଦା ମିଳିବ । ଓଜନ ହ୍ରାସ ପାଇଁ ସବୁଜ ଚା ଭଲ ନା କଳା କଫି ଅଧିକ ପ୍ରଭାବଶାଳୀ? ଅତ୍ୟଧିକ କ୍ୟାଫିନ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ କି? ଯଦି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି ଯାହା ତେବେ ଆମେ ଗ୍ରୀନ ଟି ଏବଂ ବ୍ଳାକ କଫିର ଲାଭ ଓ କ୍ଷତି ସମ୍ପର୍କରେ ଦେବୁ ସମ୍ପୂର୍ଣ୍ଣ ତଥ୍ୟ ଯାହା ଦ୍ୱାରା ଆପଣ ନିଜ ପାଇଁ ସଠିକ୍ ପାନୀୟ ବାଛିପାରିବେ।
ବ୍ଲାକ କଫିର ଫାଇଦା:
ବ୍ଳାକ କଫି ଶରୀରକୁ ଇନଷ୍ଟାନ୍ଟ ଶକ୍ତି ଦେଇଥାଏ । ଯାହା ପାଇଁ ଅନେକ ଲୋକ ଏହାର ବ୍ୟବହାର କରନ୍ତି । ଏହାକୁ ପିଇବା ଦ୍ୱାରା ମନ ତୁରନ୍ତ ସକ୍ରିୟ ହୋଇଯାଏ ଏବଂ ଶରୀରକୁ ଶକ୍ତି ମିଲିଥାଏ। ବ୍ଳାକ ଟିର ଅନେକ ସ୍ୱାସ୍ଥ୍ୟ ଲାଭ ଅଛି।ବ୍ଳାକ ଟିରେ ପ୍ରଚୁର ପରିମାଣର କ୍ୟାଫିନ୍ ଥାଏ, ଯାହା ମସ୍ତିଷ୍କକୁ ସକ୍ରିୟ କରିଥାଏ ଏବଂ ମାନସିକ ସତର୍କତା ବୃଦ୍ଧି କରିଥାଏ। ଏହା ଥକାପଣ ଦୂର କରେ ଏବଂ ଶରୀରକୁ ଶକ୍ତିଶାଳୀ କରିଥାଏ। ବ୍ଳାକ କଫି ମେଟାବୋଲିଜିମକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ, ଯାହା ଦ୍ଵାରା ଶରୀରରେ ଥିବା ଫ୍ୟାଟ କମିଥାଏ। ବ୍ୟାୟାମ ପୂର୍ବରୁ ଏହାକୁ ପିଇବା ଦ୍ୱାରା ଅଧିକ କ୍ୟାଲୋରୀ ନଷ୍ଟ ହୁଏ। ଏହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହିତ ଆଲଜାଇମର ଏବଂ ପାର୍କିନ୍ସନ ଭଳି ସ୍ନାୟୁ ରୋଗର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ।
ଗ୍ରୀନ ଟିର ଫାଇଦା:
ଗ୍ରୀନ୍ ଟିକୁ ଏକ ସୁସ୍ଥ ଏବଂ ଡିଟକ୍ସିଫାଏ କରୁଥିବା ପାନୀୟ ଭାବରେ ବିବେଚନା କରାଯାଏ, ଯାହା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୂର। ଏହି ପାନୀୟ ଶରୀରକୁ ଅନେକ ଲାଭ ମଧ୍ୟ ପ୍ରଦାନ କରେ। ଗ୍ରୀନ୍ ଟିରେ ଥିବା କ୍ୟାଟେଚିନ୍ ମେଟାବୋଲିଜିମ୍ ବୃଦ୍ଧି କରେ, ଯାହା ଚର୍ବି ଶୀଘ୍ର ନଷ୍ଟ କରିବାରେ ସାହାଯ୍ୟ କରେ। ଏହା ଶରୀରରେ ଚର୍ବି ଜମାକୁ ହ୍ରାସ କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ହୃଦରୋଗର ଆଶଙ୍କା କମାଇବାରେ ସାହାଯ୍ୟ କରେ। ଗ୍ରୀନ୍ ଟି ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ଚର୍ମ ଏବଂ ଶରୀରକୁ ବିଷମୁକ୍ତ କରିଥାଏ। ଏହା ସହିତ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିଥାଏ, ଯାହା ରୋଗକୁ ରୋକିଥାଏ।
ତେବେ କେଉଁଟି ଅଧିକ ଲାଭଦାୟକ?
ଏବେ ପ୍ରଶ୍ନ ହେଉଛି, ବ୍ଳାକ କଫି ଏବଂ ଗ୍ରୀନ ଟି ମଧ୍ୟରୁ କିଏ ଅଧିକ ସ୍ୱାସ୍ଥ୍ୟକର? ତେଣୁ ଏହାର ଉତ୍ତର ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଆବଶ୍ୟକତା ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କୁ ଶୀଘ୍ର ଶକ୍ତି ଆବଶ୍ୟକ ଏବଂ ମାନସିକ ଧ୍ୟାନ ବୃଦ୍ଧି କରିବାକୁ ଚାହୁଁଛନ୍ତି, ତେବେ ବ୍ଳାକ ଟି ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ। କିନ୍ତୁ ଯଦି ଆପଣ ଓଜନ ହ୍ରାସ କରିବାକୁ, ଶରୀରକୁ ଡିଟକ୍ସ ରଖିବାକୁ ଏବଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାକୁ ଚାହାଁନ୍ତି, ତେବେ ଗ୍ରୀନ ଟି ଆପଣଙ୍କ ପାଇଁ ମ୍ୟାଜିକ ଭଳି କାମ କରିବ ।