spot_img

Latest Posts

ବିଜେଡିରେ ମିଶିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ

ଭୁବନେଶ୍ୱର: ବିଜେଡିରେ ମିଶିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ। ମଙ୍ଗଳ ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାମ କରିଛନ୍ତି । ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବା ସମୟରେ ବି ସାଂସଦ ପ୍ରତିନିଧି ଥିଲେ । ୨୫ ବର୍ଷରୁ ବିଜେପି ସହ ଥିଲେ ।

ବିଜେପି ସଂଗଠନ ମଜବୁତ କରିବାକୁ ଦିନରାତି ପରିଶ୍ରମ କରିଥିବା ମଙ୍ଗଳ କହିଛନ୍ତି। ହେଲେ ପୁରୁଣା ନେତା ଯେଉଁ ନୀତି ଆଦର୍ଶରେ ଯୋଗ ଦେଇଥିଲୁ, ତାହା ଆଉ ନାହିଁ କ୍ଷୋଭ ସହ ଅଛୁ। ଅଣଦେଖା ହୋଇଛୁ ନବ ଦାସ ହତ୍ୟା ପାଇଁ ଆମେ ଦୁଃଖିତ । ତେଣୁ ଆମେ ତଦନ୍ତ ଚାହୁଁଛୁ ହେଲେ ଏହାକୁ ରାଜନୀତି ମୁଦ୍ଦା ନ କରାଯାଉ । ଅନେକ ଅଲଗା ପ୍ରସଙ୍ଗ ବି ଅଛି ସେ ସବୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିନି । ବିଜେଡିକୁ ମଜବୁତ କରିବାକୁ କାମ କରିବେ ବୋଲି ମଙ୍ଗଳ କହିଛନ୍ତି।

ବିଜେପିରେ ଶୃଙ୍ଖଳିତ କର୍ମୀ ଥିଲି ହେଲେ କାମ କରିବା ସମୟରେ କଷ୍ଟ ହେଉଛି । ସେଥିପାଇଁ ମୁଁ ବିଜେଡିରେ ଯୋଗ ଦେଲି, ଆଗକୁ ଆହୁରି ମିଶିବେ । ମୋ ପାଇଁ ବିଜେଡି ଲାଭ ପାଇବ । ଯେଉଁ ସବୁ ବିଷୟ ଅଛି ଝାରସୁଗୁଡାରେ, ତାହା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବି ଆଉ ତାହା ସମାଧାନ ହେବ । ମୋର ପଦବୀ ଆଶା ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି ।

ଏହି ଅବସରରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତିଦିନ ବିଭିନ୍ନ ଦଳରୁ କର୍ମୀମାନେ ଆସି ବିଜେଡିରେ ମିଶୁଥିବା ନେଇ ମାନସ ମଙ୍ଗରାଜ କହିଛନ୍ତି।

Latest Posts

Don't Miss