spot_img

Latest Posts

ନୂଆପଡ଼ାରେ ନବୀନଙ୍କ ପ୍ରଚାରକୁ ଭଣ୍ଡୁର କରିବାକୁ ବିଜେପିର ଷଡଯନ୍ତ୍ର

ନୂଆପଡ଼ାରେ ନବୀନଙ୍କ ପ୍ରଚାରକୁ ଭଣ୍ଡୁର କରିବାକୁ ବିଜେପିର ଷଡଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପାଇଁ ନଭେମ୍ବର ୩ ତାରିଖରେ ପ୍ରଚାରକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । କୋମନା ବ୍ଲକର ତରବୋଡ଼ ଧାନମଣ୍ଡି ପଡ଼ିଆରେ ରହିଛି ନବୀନଙ୍କ ପ୍ରଚାର କାର୍ଯ୍ୟକ୍ରମ । ହେଲେ ନବୀନଙ୍କ ପ୍ରଚାରକୁ ଭଣ୍ଡୁର କରିବାକୁ ବିଜେପି କରିଛି ଷଡ଼ଯନ୍ତ୍ର । ଖୋଦ ଏ ନେଇ ଆଜି ବିଜେଡି ଅଭିଯୋଗ କରିଛି । ଆଉ ଏହି ଷଡ଼ଯନ୍ତ୍ର ପଛରେ ଅଛନ୍ତି ରାଜ୍ୟର ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ । ନବୀନ ଯେଉଁଠି ସଭା କରିବେ ସେଠି ଲକ୍ଷାଧିକ ଗାଁ ସାଥୀ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବାକୁ ନିଜେ ମନ୍ତ୍ରୀ ଗାଁ ସାଥୀ ସଭାପତିଙ୍କୁ ଦେଇଛନ୍ତି ପ୍ରସ୍ତାବ ।

ଗାଁ ସାଥୀ ସଭାପତି ନିଜେ ଅଡିଓ ଜାରି କରି ମନ୍ତ୍ରୀଙ୍କୁ ଧରା ପକାଇଛନ୍ତି । ପ୍ରଶ୍ନ ଉଠୁଛି ନୂଆପଡ଼ା ଉପନିର୍ବାଚନ ପାଇଁ ସମଗ୍ର ଜିଲ୍ଲା ପାଇଁ ଆଦର୍ଶ ଆଚରଣ ବିଧି ଲାଗିଛି । ହେଲେ ଖୋଦ ସରକାରୀ ଦଳର ମନ୍ତ୍ରୀ ଗାଁ ସାଥୀ କର୍ମୀଙ୍କ ଶକ୍ତି ପ୍ରଦର୍ଶନରେ ଯୋଗ ଦେଇ ସେମାନଙ୍କ ଦାବି ପୂରଣ ନେଇ କିଛି ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଅସଲ କଥା ହେଉଛି, ଆସନ୍ତା ୨ ତାରିଖରେ ଗାଁ ସାଥୀ ସେମାନଙ୍କ ଦାବି ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଭୁବନେଶ୍ବରରେ ଏକାଠି ହେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ମନ୍ତ୍ରୀ ନିଜେ ଗତ ୨୮ ତାରିଖ ସନ୍ଧ୍ୟାରେ ଗାଁ ସାଥୀ ସଭାପତି ଲକ୍ଷ୍ମୀଧର ବିଶ୍ବାଳଙ୍କୁ ଫୋନ କରି ଭୁବନେଶ୍ବର ପରିବର୍ତ୍ତେ ନୂଆପଡ଼ାର ତରବୋଡ ଧାନମଣ୍ଡି ପଡ଼ିଆରେ ସମାବେଶ କରିବାକୁ କହିଲେ । କାହିଁକି ଓ କ’ଣ ପାଇଁ ଜଣେ ମନ୍ତ୍ରୀ ଏପରି କଲେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

Latest Posts

Don't Miss