ରାଜ୍ଯର ତିନି ପ୍ରମୁଖ ଦଳ ରାଜ୍ଯ ସଭାପତିଙ୍କ ଆସନ ସ୍ପଷ୍ଟ

ଭୁବନେଶ୍ବର: ରାଜ୍ଯର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ରାଜ୍ଯ ସଭାପତିଙ୍କ ଆସନ ସ୍ପଷ୍ଟ ହୋଇଛି । ବିଜେଡି ସଭାପତି  ନବୀନ ପଟ୍ଟନାୟକ ହିଞ୍ଜିଳି, ବିଜେପି ରାଜ୍ଯସଭାପତି ମନମୋହନ ସାମଲ ଚାନ୍ଦବାଲି ଓ ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଆସନରୁ ଲଢୁଥିବାବେଳେ ତାଙ୍କ ବିପକ୍ଷରେ ଶିଶିର ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏହି ଆସନରେ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନି । ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଆସନରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିପକ୍ଷରେ ବିଜେଡିର ବ୍ଯୋମକେଶ ରାୟ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଏଠାରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ଅନ୍ଯପଟେ ନୂଆପଡ଼ା ଆସନରୁ ଲଢିବେ ପିସିସି ସଭାପତି ଶରତ ପଟ୍ଟନାୟକ । ତାଙ୍କ ବିପକ୍ଷରେ ବିଜେଡି ରାଜେନ୍ଦ୍ର ଢୋଲକିଆ ଓ ବିଜେପି ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ।