spot_img

Latest Posts

ଆଜି ସରକାର ଗଠନ ଲାଗି ଦାବି ଜଣାଇବ ଏନଡିଏ

ନୂଆଦିଲ୍ଲୀ : ଆଜି ଆରମ୍ଭ ହେବ ସରକାର ଗଠନ ଲାଗି ବିଧିବଦ୍ଧ ପ୍ରକ୍ରିୟା। ଦିଲ୍ଲୀରେ ବସିବ ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ। ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇବ ଏନଡିଏ। ସମ୍ଭବତଃ ୯ ତାରିଖ ସନ୍ଧ୍ଯାରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ନେଇପାରନ୍ତି ଶପଥ।

ସେପଟେ କେନ୍ଦ୍ରରେ ସରକାର ଗଠନ ନହେଉଣୁ ଦେଖାଦେଲାଣି ବିବାଦ। ମୁଖ୍ଯ ସହଯୋଗୀ ତେଲଗୁ ଦେଶମ ପାର୍ଟି ଚାହିଁଛି ବାଚସ୍ପତି ପଦ ସମେତ ୫ଟି କ୍ଯାବିନେଟ ବର୍ଥ। ଟିଡିପି ୧୬ଟି ଆସନ ଜିଣିଥିବାରୁ ନିଜର ଦବଦବା ଜାରି ରଖିବା ଲାଗି କରିଛି ପ୍ରୟାସ। ୨୦୧୪ରେ ଏନଡିଏ ସରକାର ବେଳେ ଟିଡିପି ଗୋଟିଏ କ୍ଯାବିନେଟ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିଲା।

ଜନସେନା ପାର୍ଟିକୁ ବି ମନ୍ତ୍ରୀ ପଦ ଦେବା ନେଇ ଚର୍ଚ୍ଚା ଚାଲିଛି। ୱାଇଏସଆରସିପିକୁ ଗାଦିଚ୍ଯୁତ କରିବାରେ ଜନସେନାର ଥିଲା ପ୍ରମୁଖ ଭୂମିକା। ସେପଟେ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ ବି ପୁଅ ଶ୍ରୀକାନ୍ତଙ୍କ ସମେତ ୩ଟି ପଦବୀ ଚାହିଁଥିବା ସୂଚନା ମିଳିଛି। ତେଣେ ବିଜେପି ନିଜ ହାତରେ ରେଳବାଇ, ଗୃହ, ଅର୍ଥ, ପ୍ରତିରକ୍ଷା, ଆଇନ ଓ ଆଇଟି ବିଭାଗ ରଖିବାକୁ ଯୋଜନା କରିଛି। ତେଣେ ଜେଡିୟୁ ୨ଟି, ଏଲଜେପି ରାମ ବିଳାସ ୩ଟି, ହାମ ଗୋଟିଏ ପଦ ଚାହିଁଛନ୍ତି।

Latest Posts

Don't Miss