spot_img

Latest Posts

ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ବିଜେପି କର୍ମୀଙ୍କ ବିରୋଧ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ବଢୁଛି ଅଡୁଆ। ଏପରିକି ତାଙ୍କୁ ବିରୋଧ କରିଛନ୍ତି ନିଜ ଦଳୀର କର୍ମୀମାନେ । ସୂଚନା ମୁତାବକ, ଆଜି ଭରତପୁର ଅଞ୍ଚଳରେ ଦଳର ଜନସମ୍ପର୍କ ପଦଯାତ୍ରା ଅବସରରେ ଭରତପୁର ମଣ୍ଡଳ ବିଜେପି ପକ୍ଷରୁ ଅପରାଜିତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ଯାହା ଫଳରେ ସେ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।

BJP Aparajita Sarangi

କେବଳ ଯେ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କୁ ବିଜେପି କର୍ମୀ ବିରୋଧ କରିଛନ୍ତି, ତା’ନୁହେଁ  ବରଂ ଏଥିସହ ଭରତପୁର ମଣ୍ଡଳ ବିଜେପି ପକ୍ଷରୁ ଅପରାଜିତା ଗୋ ବ୍ୟାକ୍ ନାରା ସହ ପୋଷ୍ଟର ମଧ୍ୟ ପ୍ରଦର୍ଶନ କରାଯାଇଛି। ସାଂସଦ ଭାବେ ନିର୍ବାଚିତ ହେବାର ପ୍ରାୟ ଦେଢ ବର୍ଷ ମଧ୍ୟରେ ଥରେ ହେଲେ ଭରତପୁର ଅଞ୍ଚଳ ଗସ୍ତ କରିନଥିବା ସ୍ଥାନୀୟ ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଆଜି ଗସ୍ତ ସମୟରେ ଅପରାଜିତାଙ୍କୁ ବିଜେପି କର୍ମୀମାନେ ବିରୋଧ କରିଥିଲେ ।

BJP Aparajita Sarangi

ଭରତପୁର ମଣ୍ଡଳ ବିଜେପି ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଅପରାଜିତାଙ୍କ ସପକ୍ଷବାଦୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ତେବେ ଏସମ୍ପର୍କରେ ଅପରାଜିତା କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

BJP Aparajita Sarangi

Latest Posts

Don't Miss