ମିଡିଆ ଗାଡିରେ ଟଙ୍କା ବାଣ୍ଟୁଥିଲେ ବିଜେପି କର୍ମୀ, ପ୍ରତିବାଦ କରିବାରୁ ଉତ୍ତେଜନା

ରେଙ୍ଗାଲି: ଟଙ୍କା ବାଣ୍ଟି ଭୋଟ କିଣିବାକୁ ବିଜେପିର ହୀନ ଉଦ୍ୟମ । ତାହା ପୁଣି ଏକ ଗଣମାଧ୍ୟମ ଗାଡିରେ । ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ନିର୍ଦ୍ଦିଷ୍ଟ ମିଡିଆ ଗାଡିରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ । ଠେଲକୋଲି ଅଞ୍ଚଳରେ ମିଡିଆ ଗାଡିରେ ବିଜେପି ପାଇଁ ଟଙ୍କା ବଣ୍ଟା ଯାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି କାରରେ ଯାଇ ଟଙ୍କା ବାଣ୍ଟିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ସହ କାରରେ ବିଜେପିର କିଛି ମହିଳା କର୍ମୀ ଥିଲେ । ଟଙ୍କା ଦେଇ ଭୋଟ କିଣିବାକୁ ଏମିତି ଉଦ୍ୟମକୁ ଗ୍ରାମବାସୀ ବିରୋଧ କରିବା ସହ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରାମରେ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ମିଡିଆ ଗାଡି ଘଟଣା ସ୍ଥଳରୁ ଖସି ପଳାଇଛି । ପରେ ଏନେଇ ଗ୍ରାମବାସୀ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ।